ସରପଞ୍ଚ ଦେଖାଇଲେ ନିଜ କ୍ଷମତା, ପଞ୍ଚାୟତକୁ ୧୨ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା : କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଦକ୍ଷେପ

Published By : Prameya-News7 Bureau | May 16, 2020 IST

ଭଦ୍ରକ ୧୬।୦୫: ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା। ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ୧୨ ଘଣ୍ଟିଆ ସଟ୍ ଡାଉନ୍ ( ସକାଳ ୬ରୁ ସନ୍ଧ୍ୟା ୬) କଲେ ସରପଞ୍ଚ। ବନ୍ତ ବ୍ଲକରେ ୨ କରୋନା ପଜେଟିଭ ଚିହ୍ନଟ ହେବାପରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

{"id":270648,"sizeSlug":"large"}

ଗୋବିନ୍ଦପୁର ପଞ୍ଚାୟତରେ ଗତ ୩ ଦିନ ତଳେ ଜଣେ କରୋନା ପଜେଟିଭ ଚିହ୍ନଟ ହେବା ପରେ ପାର୍ଶ୍ବବର୍ତ୍ତୀ ପଞ୍ଚାୟତ ଗୁଡିକ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରିଛନ୍ତି। ନିଳୋକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରପଞ୍ଚ ଅଶୋକ କୁମାର ମହାନ୍ତି ସଟ୍ ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ସକାଳ ୬ଟା ଠାରୁ ୧୧ଟି ଓ୍ବାର୍ଡର ବିଭିନ୍ନ ଗ୍ରାମର ଲୋକମାନେ ଘରୁ ବାହାରି ନାହାଁନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.