ଥମୁନି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୧୨୯୭ ସଂକ୍ରମିତ

Published By : Prameya-News7 Bureau | November 16, 2020 IST

ଭୁବନେଶ୍ଵର ୧୬।୧୧: ରାଜ୍ୟରେ କରୋନା ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଏବେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ ରହୁଛି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ ଚିନ୍ତାର କାରଣ ପାଲଟିଛି। ସେପଟେ ସୁସ୍ଥ ସଂଖ୍ୟା ବଢିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଚାଲିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୧୬ ସଂକ୍ରମିତଙ୍କ ମୃତ୍ୟୁ ପରେ ରାଜ୍ୟରେ ଆଉ ୧୨୯୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା  ୨,୯୯,୧୫୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର ଟ୍ଵିଟ୍ କରି ଏହି ସୂଚନା ଦେଇଛି।

wp:html /wp:html

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ମୟୂରଭଞ୍ଜ ଜିଲ୍ଲାରୁ ୧୩୩, କଟକ ଜିଲ୍ଲାରୁ ୧୧୧, ବାଲେଶ୍ଵରରୁ ୧୦୦, ଅନୁଗୁଳରୁ ୭୬, ସୁନ୍ଦରଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୬୨, ପୁରୀରୁ ୫୨, ବଲାଙ୍ଗୀରରୁ ୪୩, ବରଗଡରୁ ୪୦, କଳାହାଣ୍ଡିରୁ ୩୭, ସମ୍ଵଲପୁରରୁ ୩୬ କୋଭିଡ୍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି।

ଏହି ପରି କେନ୍ଦୁଝରରୁ ୩୪, ଭଦ୍ରକରୁ ୩୨, ନୂଆପଡାରୁ ୩୨, ଯାଜପୁରରୁ ୩୦, ନବରଙ୍ଗପୁରରୁ ୩୦, ଢେଙ୍କାନାଳରୁ ୨୦, କନ୍ଧମାଳରୁ ୧୮, କୋରାପୁଟରୁ ୧୮, ନୟାଗଡରୁ ୧୫, ଗଞ୍ଜାମରୁ ୧୪, ଝାରସୁଗୁଡାରୁ ୧୪, ମାଲକାନଗିରିରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୭, ସୋନପୁରରୁ ୫, ଦେବଗଡରୁ ୪ ଓ ରାୟଗଡାରୁ ୪ କରୋନାରୁ ସୁସ୍ଥ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୦୯୪୦୮ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୫୪୩ରେ  ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.