ରେକର୍ଡ : ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ସର୍ବାଧିକ ୧୨୮୫୨ ପଜିଟିଭ୍

Published By : Prameya-News7 Bureau | May 23, 2021 IST

ଭୁବନେଶ୍ୱର ୨୩।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୯୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୬୫୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୭୪ଜଣ, ବାଲେଶ୍ୱର ଜିଲ୍ଲାରୁ ୫୦୮ଜଣ, ବରଗଡ଼ ଜିଲ୍ଲାରୁ ୪୬୧ଜଣ, ଭଦ୍ରକ ଜିଲ୍ଲାରୁ ୧୫୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୪ଜଣ, ବୌଦ୍ଧ ଜିଲ୍ଲାରୁ ୩୪୭ଜଣ, କଟକ ଜିଲ୍ଲାରୁ ୧୦୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୮୨ଜଣ, ଗଜପତି ଜିଲ୍ଲାରୁ ୭୭ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୦ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୦ଜଣ, ଯାଜପୁର ଜିଲ୍ଲାରୁ ୩୩୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩୯ଜଣ, କଳାହାମ୍ଡି ଜିଲ୍ଲାରୁ ୬୬୮ଜଣ, କନ୍ଧମାଳ ଜିଲ୍ଲାରୁ ୧୦୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୦୯ଜଣ, କୋରାପୁଟ ଜିଲ୍ଲାରୁ ୨୭୨ଜଣ, ମାଲକାନଗିରି ଜିଲ୍ଲାରୁ ୧୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୮୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୪ଜଣ, ନୟାଗଡ଼ ଜିଲ୍ଲାରୁ ୩୩୧ଜଣ, ନୂଆପଡ଼ା ଜିଲ୍ଲାରୁ ୭୦ଜଣ, ପୁରୀ ଜିଲ୍ଲାରୁ ୪୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୯୮ଜଣ, ସମ୍ବଲପୁର ଜିଲ୍ଲାରୁ ୩୫୫ଜଣ, ସୋନପୁର ଜିଲ୍ଲାରୁ ୫୫ଜଣ, ସୁନ୍ଦରଗଗଡ଼ ଜିଲ୍ଲାରୁ ୮୪୮ଜଣ , ଷ୍ଟେଟ୍‌ ପୁଲ୍‌ରୁ ୩୩୩ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୯୨୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୩୦୮୫୬୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.