ଗଞ୍ଜାମ ଖଲ୍ଲିକୋଟରେ ସର୍ବାଧିକ ୧୨୮ମି.ମି. ବର୍ଷା : ବଢୁଛି ବାହୁଦା ଓ ଋଷିକୂଲ୍ୟା ନଦୀର ଜଳସ୍ତର

Published By : Prameya-News7 Bureau | October 13, 2020 IST

ଖଲ୍ଲିକୋଟ ୧୩।୧୦: ଗଞ୍ଜାମ ଜିଲ୍ଲାରେ ଗତ ୩ ଦିନ ହେଲାଣି ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଥିସହ ବାହୁଦା ଓ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ପାହାଡିଆ ଅଂଚଳ ପାତ୍ରପୁର, ଧରାକୋଟ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି  ଜଳଭଣ୍ଡାର ଓ ଋଷିକୂଲ୍ୟା ନଦୀର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି । ଏଥିସହ  ସମୁଦ୍ରକୁ  ନଯିବା ପାଇଁ  ମସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସମୁଦାୟ ୬୩ ମିମି ପ୍ରତିଶତ ହାରରେ ବର୍ଷା ହୋଇଛି । ଖଲ୍ଲିକୋଟରେ ସର୍ବାଧିକ ୧୨୮ ମିମି ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୭୮, ଗଞ୍ଜାମରେ ୪୭.୪, ପୁରୁଷୋତ୍ତମପୁରରେ ୭୫, କବିସୂର୍ଯ୍ୟନଗରରେ ୧୦୪, ପୋଲସରାରେ ୨୫.୩, କୋଦଳାରେ ୮୧.୨, ହିଞ୍ଜିଳିରେ ୫୦, ସୋରଡାରେ ୨୭, ରଙ୍ଗେଇଲୁଣ୍ଡାରେ ୫୧, କୁକୁଡାଖଣ୍ଡିରେ ୭୩, ଚିକିଟିରେ ୯୯, ପାତ୍ରପୁର ୧୧୮.୩ ସାନଖେମୁଣ୍ଡିରେ ୧୦୦, ଦିଗପହଣ୍ଡିରେ ୬୩, ଆସ୍କାରେ ୯୭.୨, ଧରାକୋଟରେ ୭୮, ଭଂଜନଗରରେ ୫, ବେଲଗୁଣ୍ଠାରେ ୭, ବୁଗୁଡ଼ାରେ ୯, ଜଗନ୍ନାଥ ପ୍ରସାଦରେ ୨.୨ ମିମି ବର୍ଷା ହୋଇଛି । ଏପରି  ଲଗାଣ ବର୍ଷା ଜାରି ରହିଲେ ଧାନ ଫସଲ ସମେତ ପନିପରିବା ଚାଷ ନଷ୍ଟ ହେବ ବୋଲି ଚାଷୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.