କମୁଛି ସଂକ୍ରମଣ, ଡରାଉଛି ମୃତ୍ୟୁ ସଂଖ୍ୟା: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୨୭୧ ସଂକ୍ରମିତ

Published By : Prameya-News7 Bureau | November 14, 2020 IST

ଭୁବନେଶ୍ଵର ୧୪।୧୧: ରାଜ୍ୟରେ କରୋନା ଭାଇରସ୍‌ର ପ୍ରକୋପ ନିୟନ୍ତ୍ରଣକୁ ଆସୁଥିବା ଦେଖିବାକୁ ମିଳିଛି। ଗତ କିଛି ହେବ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ କମ ରହୁଛି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ସଭିଙ୍କୁ ଆଶ୍ଵସ୍ତ କରିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ପୂର୍ବ ପରି ରହିଛି। ସେପଟେ ସୁସ୍ଥ ସଂଖ୍ୟା ବଢିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଚାଲିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୨୭୧ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା  ୨,୯୬,୫୧୬କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ଵିଟ୍ କରି ଏହି ସୂଚନା ଦେଇଛି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬ ଆରୋଗ୍ୟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧୬, ବାଲେଶ୍ଵରରୁ ୧୦୩, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୬୬, ଜଗତସିଂହପୁରରୁ ୫୮, ବରଗଡରୁ ୫୫, କଳାହାଣ୍ଡିରୁ ୫୦, ନୂଆପଡାରୁ ୪୬, କେନ୍ଦୁଝରରୁ ୪୫, ବଲାଙ୍ଗୀରରୁ ୪୩, କେନ୍ଦ୍ରାପଡାରୁ ୪୧, ନବରଙ୍ଗପୁରରୁ ୪୦, ଢେଙ୍କାନାଳରୁ ୩୫ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସେହି ପରି ପୁରୀରୁ ୩୪, ସମ୍ବଲପୁରରୁ ୩୦, ମାଲକାନଗିରିରୁ ୨୫, ସୁନ୍ଦରଗଡରୁ ୨୫, ଯାଜପୁରରୁ ୨୦, ରାୟଗଡାରୁ ୨୦, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୮, କୋରାପୁଟରୁ ୧୭, ସୋନପୁରରୁ ୧୬, ଗଞ୍ଜାମରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୧୧ ଓ ଗଜପତିରୁ ୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୦୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୭୯,୯୦୬କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୫ ଶହ ଅତିକ୍ରମ କରି ୧୫୧୦ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.