ଖୁସି ଖବର, ରାଜ୍ୟରେ ଆଉ ୧୨୬୪ କରୋନା ଆକ୍ରାନ୍ତ ସୁସ୍ଥ

Published By : Prameya-News7 Bureau | November 12, 2020 IST

ଭୁବନେଶ୍ବର ୧୨/୧୧: ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି କରୋନା ସଂକ୍ରମିତ। ଗୁରୁବାର ଆଉ ୧୨୬୪ ଜଣ ସୁସ୍ଥ ହୋଇ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସେହିଭଳି ଅନୁଗୁଳରୁ ୧୧୦, ସୁନ୍ଦରଗଡ଼ରୁ ୭୯, ବାଲେଶ୍ବରରୁ ୭୬, ବଲାଙ୍ଗୀରରୁ ୭୬, କଟକରୁ ୭୪, କେନ୍ଦୁଝରରୁ ୭୪, ମୟୂରଭଞ୍ଜରୁ ୬୫, ନୂଆପଡ଼ାରୁ ୬୧, ଜଗତସିଂହପୁରରୁ ୫୯, ବରଗଡ଼ରୁ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି।

wp:core-embed/twitter {"url":"https://twitter.com/HFWOdisha/status/1326886352009351168","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1326886352009351168
/wp:core-embed/twitter

ଏହା ସହ କେନ୍ଦ୍ରାପଡ଼ାରୁ ୪୪, ପୁରୀ ୪୩, ଢ଼େଙ୍କାନାଳ ୩୮, ସମ୍ବଲପୁର ୩୦, ଯାଜପୁର ୨୮, କଳାହାଣ୍ଡି ୨୫, ଗଞ୍ଜାମ ୨୨, ଭଦ୍ରକ ୨୦, କୋରାପୁଟ ୨୦, ନବରଙ୍ଗପୁର ୧୮, କନ୍ଧମାଳ ୧୩, ଝାରସୁଗୁଡ଼ା ୧୨, ରାୟଗଡ଼ା ୧୧, ଦେବଗଡ଼ ୯, ନୟାଗଡ଼ ୯, ସୁବର୍ଣ୍ଣପୁର ୮, ମାଲକାନଗିରି ୬, ଗଜପତି ୩ ଓ ବୌଦ୍ଧରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ତେବେ ଗୁରୁବାର ୧୨୬୪ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯୩୭୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.