Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଲୋକଙ୍କ ସେବା କରି କରୋନା ଲଢେଇରେ ହାରିଗଲେ ୧୨୬ ଡାକ୍ତର: ଟିକା ନେଇଥିଲେ ନା ନାହିଁ ଯାଞ୍ଚ କରୁଛି ଆଇଏମଏ

6/05/2021 at 12:08 PM

ନୂଆଦିଲ୍ଲୀ ୦୬/୦୫ : ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ ଜାରି କରାଯାଇଥିବା ଏକ ତଥ୍ୟରେ କୁହାଯାଇଛି ଯେ ଚଳିତ ବର୍ଷ କରୋନାରେ ୧୨୬ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଗତ ବର୍ଷ କରୋନାରେ ୭୩୬ ଡାକ୍ତର ପ୍ରାଣ ହରାଇଥିଲେ। ଡାକ୍ତରଙ୍କ ମୃତ୍ୟୁ ମାମଲାରେ ବିହାର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଆଇଏମଏ ଏ ମାମଲାରେ ସରକାରଙ୍କୁ ପ୍ରଶ୍ନ କରିଛି ଓ ଚିକିତ୍ସକଙ୍କ ଡାଟା ଦେବାକୁ ଦାବି କରିଛି। ଆଇଏମଏ ଚଳିତ ବର୍ଷ ପ୍ରାଣ ହରାଇଥିବା ଡାକ୍ତରଙ୍କ ଟିକାକରଣ ସ୍ଥିତି ପତା କରୁଛି।

ଡାକ୍ତର ରବି ବାନଖେଡକର କହିଛନ୍ତି, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନାରେ ପ୍ରାଣ ହରାଇଥିବା ବିଭିନ୍ନ ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣର ଡାଟା ପ୍ରସ୍ତୁତ କରିବା ଉଚିତ। ଦୁର୍ଭାଗ୍ୟବଶତଃ ସରକାର ଏହି କାମ କରୁନାହାନ୍ତି। ଆଇଏମଏ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଡାଟା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଖାସ କଥା ହେଲା ଗତ ଜାନୁଆରୀରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ସରକାର ସର୍ବ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ନେଇଥିଲେ। 

ଦେଶରେ ଏବେ ସୁଦ୍ଧା ୧୬ କୋଟି ଜନତାଙ୍କ ଟିକାକରଣ ହୋଇସାରିଛି। ଏଥିରୁ ୯୪.୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୬୩.୫ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡିଜେ ଟିକା ଦିଆଯାଇଛି। ଏହାସହ ଆଇଏମଏ କୋଭିଡ ଶହୀଦ ଫଣ୍ଡ ମଧ୍ୟ ପ୍ରସ୍ତୁତ କରିଛି। କୋଭିଡରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ୧.୬ କୋଟି ଟଙ୍କା ବିତରଣ କରାଯିବ। ଗତ ବର୍ଷ ଆଇଏମଏ ସରକାରଙ୍କ ଡାଟାକୁ ଅମାନ୍ୟ କରାଯାଇଥିଲା। ସରକାରଙ୍କ ଡାଟାରେ କୁହାଯାଇଥିଲା ଯେ କୋଭିଡରେ ୧୬୭ ଚିକିତ୍ସକଙ୍କ ମୃତ୍ୟୁ ହୋଇଥିଲା। ଆଇଏମଏ କହିଥିଲା ଯେ ୭୩୪ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିଲା।

ଡାଟା ଅନୁଯାୟୀ ସବୁଠାରୁ ଅଧିକ ବିହାରରେ ୪୯ ଚିକିତ୍ସକଙ୍କ ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ବିହାରରେ ୧୯୨୬ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ୬ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି। ଏଥିରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ସାମିଲ ଅଛି। ୧୨ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫ ହଜାରରୁ ଅଧିକ ରହିଛି।

   Related Posts