ଭୁବନେଶ୍ୱରରୁ ଆଉ ୧୨୬ କରୋନା ପଜିଟିଭ୍ ଚିହ୍ନଟ, ୧୪୦୦ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
23/07/2020 at 3:54 PM

ଭୁବନେଶ୍ୱର, ୨୩|୦୭: ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୯୩ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଚିହ୍ନଟ ସ୍ଥାନୀୟ ସଂକ୍ରମିତମାନେ ହେଲେ ପଟିଆର ଜଣେ ୩୪ ବର୍ଷୀୟ ଯୁବକ, ଏନ୬ ନୟାପଲ୍ଲୀର ୪୧ ବର୍ଷୀୟ ବ୍ୟକ୍ତି, କସ୍ତୁରବା ନାରୀ ମହଲ ନିକଟରୁ ୪୫ ବର୍ଷୀୟ ବ୍ୟକ୍ତି ଓ ୪୦ ବର୍ଷୀୟ ମହିଳା, ନୟାପଲ୍ଲୀ ନୂଆସାହିର ୫୪ ବର୍ଷୀୟ ବୃଦ୍ଧ, ଆଇଆରସି ଭିଲେଜ ଏନ୫ରୁ ୩୨ ବର୍ଷୀୟା ମହିଳା, ନିଳାଦ୍ରୀ ବିହାରର ୨୩ ବର୍ଷୀୟା ଯୁବତୀ, ୟୁନିଟ ୯ ଗ୍ରିଡକୋ କଲୋନୀର ୨୫ ବର୍ଷୀୟ ଯୁବକ, ଏମଏଲଏ କଲୋନୀର ୪୮ ବର୍ଷୀୟ ବ୍ୟକ୍ତି ଓ ୩୮ ବର୍ଷୀୟା ମହିଳା, ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ନିକଟରୁ ୨୬ ବର୍ଷୀୟ ଯୁବକ, ପୋଖରୀପୁଟ ଲିଙ୍ଗରାଜ ବିହାରରୁ ୩୬ ବର୍ଷୀୟ ଯୁବକ, ଚକେଇସିଆଣିରୁ ୪୨ ବର୍ଷୀୟ ଯୁବକ, ପଳାଶୁଣୀ ପ୍ରାଚୀ ବିହାରରୁ ୩୬ ବର୍ଷୀୟ ଯୁବକ । ସେହିପରି ସରକାରୀ ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ, ଲୁଇସ୍ ରୋଡରୁ ୨୧ ବର୍ଷୀୟ ଯୁବତୀ, ଏକ ଘରୋଇ ହସ୍ପିଟାଲରୁ ୪ଜଣ କର୍ମଚାରୀ, ଭରତପୁରରୁ ୩୦ ବର୍ଷୀୟା ଯୁବତୀ, ସହିଦ ନଗରରୁ ୨୦ ବର୍ଷୀୟା ଯୁବତୀ, ମଞ୍ଚେଶ୍ୱରରୁ ୩୮ ବର୍ଷୀୟ ବ୍ୟକ୍ତି ଓ ୩୫ ବର୍ଷୀୟା ମହିଳା, ଅଶୋକ ନଗରରୁ ୪୭ ବର୍ଷୀୟ ବ୍ୟକ୍ତି, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୩୬ ବର୍ଷୀୟ ଯୁବକ, ଆଉ ଏକ ଘରୋଇ ହସ୍ପିଟାଲରୁ ୨ କର୍ମଚାରୀ, ଗୋପବନ୍ଧୁ ନଗର ବସ୍ତିରୁ ୩୦ ବର୍ଷୀୟ ଯୁବକ, ସିବିଆଇ କଲୋନୀର ୧୨ ବର୍ଷର ବାଳକ, ଭୋଇନଗରର ୪୦ ବର୍ଷର ବ୍ୟକ୍ତି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 23rd July 2020(till 9am).
— BMC (@bmcbbsr) July 23, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Pc8jkIQAJT
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏବେସୁଦ୍ଧା ୧୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୫ଜଣ ସୁସ୍ଥ ହୋଇଛନ୍ତି । ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ଟି ସକ୍ରିୟ କେସ୍ ରହିଛି ।