Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବାରଣାସୀରେ ୧୨୫ ବର୍ଷ ବୟସ୍କ ନେଲେ କରୋନା ଟିକା, ଆସିଥିଲେ ଏକୁଟିଆ

10/06/2021 at 4:12 PM

ବାରଣାସୀ ୧୦।୬: ଟିକାକୁ ନେଇ ସବୁ ପ୍ରକାର କଳ୍ପନାଜଳ୍ପନା ଓ ଗୁଜବକୁ ଟାଳି ବାରଣାସୀରେ ଜନୈକ ୧୨୫ ବର୍ଷ ବୟସ୍କ ବ୍ୟକ୍ତି ନିଜର କୋଭିଡ ଟିକାକରଣ କରିଛନ୍ତି। ଟିକାକରଣ କରାଇଥିବା ବ୍ୟକ୍ତି ହେଉଛନ୍ତି ସ୍ୱାମୀ ଶିବାନନ୍ଦ। ସେ ବୁଧବାର ଦୁର୍ଗକୁଣ୍ଡ ଟିକା କେନ୍ଦ୍ରକୁ ଏକାକୀ ଯାଇ ନିଜର ଟିକାକରଣ କରିଛନ୍ତି। ଟିକା ନେବା ଲାଗି ବୟସ୍କ ବ୍ୟକ୍ତି ଟିକା କେନ୍ଦ୍ରର କର୍ମଚାରୀଙ୍କୁ ତାଙ୍କ ଆଧାର କାର୍ଡ ଦେବାରୁ ସେ ତଟସ୍ଥ ହୋଇ ଯାଇଥିଲେ। ଆଧାର କାର୍ଡରେ ତାଙ୍କ ଜନ୍ମ ତାରିଖ ୮ ଅଗଷ୍ଟ ୧୮୯୬ ଥିଲା। ଅର୍ଥାତ ତାଙ୍କ ବୟସ ଏବେ ୧୨୫ ବର୍ଷ।

ତେବେ ତାଙ୍କ ଟିକାକରଣ ଲାଗି ମେଡିକାଲ କର୍ମଚାରୀ ସାମାନ୍ୟ ଚିନ୍ତାରେ ପଡିଥିଲେ। ହେଲେ ଟିକା ନେବା ଲାଗି ଶିବାନନ୍ଦ ସାମାନ୍ୟ ଭୟୀତ ମଧ୍ୟ ନଥିଲେ। ସେ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଭେଲୁପୁର କବୀର ନଗର କଲୋନୀରୁ ଶିବାନନ୍ଦ ଟିକା ନେବାକୁ ଆସିଥିଲେ। ଟିକା ନେବାକୁ କେନ୍ଦ୍ରରେ ଅଧଘଣ୍ଟା ଅପେକ୍ଷା କରିବା ପରେ ତାଙ୍କ ଟିକା କରିପୁଣି ଘରକୁ ଫେରିଯାଇଥିଲେ।

ଶିବାନନ୍ଦ ତାଙ୍କ ଦୀର୍ଘ ଜୀବନ ଲାଗି ସାଦା ଭୋଜନ ଓ ନିୟମିତ ଜୀବନ ବୋଲି କହିଛନ୍ତି। ସେ ଭୋର ୩ଟା ବେଳେ ସଜ୍ୟାତ୍ୟାଗ କରନ୍ତି ଓ ଗଙ୍ଗା ନଦୀକୁ ସ୍ନାନ ଶୌଚ ଲାଗି ଯାଆନ୍ତି। ଫେରିବା ପରେ କିଛି ସମୟ ଯୋଗ କରନ୍ତି। ସେ ବିନା ତେଲରେ ଓ କମ୍‌ ମସଲା ଯୁକ୍ତ ସାଦା ଭୋଜନ କରନ୍ତି। ସେ କୁହନ୍ତି ଗରିବ ପରିବାରର ହୋଇଥିବାରୁ ପୂର୍ଣ୍ଣ ଆହାର କେବେ ଭାଗ୍ୟରେ ଜୁଟେନି। ଭୋକର ମାତ୍ର ଅଧା ଖାଦ୍ୟ  ଖାଆନ୍ତି। ଏହା ମୋତେ ମୋର ବିନମ୍ର ପୃଷ୍ଠଭୂମିକୁ ମନେ ପକାଇଦେଇଥାଏ ବୋଲି ସେ କହନ୍ତି। ସେ ଘରେ ନିଜର ସବୁ କାମ ନିଜେ କରନ୍ତି। ଏଥିରେ କାହାର ସହାୟତା ନେଇ ନଥାନ୍ତି। ଏବେ ସେ ତାଙ୍କର ପ୍ରଥମ ଡୋଜ ଟିକା ନେଇଛନ୍ତି। ଆଗାମୀ ମାସରେ ତାଙ୍କର ଦ୍ୱିତୀୟ ଡୋଜ ନିଶ୍ଚିତ ନେବାକୁ ଆସିବେ ବୋଲି ଶିବାନନ୍ଦ ଆଶାବ୍ୟକ୍ତ କରିଛନ୍ତି।

   Related Posts