ଭଲ ଖବର, ସୁସ୍ଥ ହେଲେ ଆଉ ୧୨୫ କରୋନା ସଂକ୍ରମିତ
23/06/2020 at 3:58 PM

ଭୁବନେଶ୍ୱର, ୨୩|୦୬: ମଙ୍ଗଳବାର ରାଜ୍ୟରେ ୧୨୫ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୮୮ରେ ପହଁଚିଛି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଧାର ସର୍ବାଧିକ ୩୩ ଜଣ ରହିଥିବା ବେଳେ ପୁରୀର ୧୭, କଟକର ୧୪, ମୟୂରଭଞ୍ଜର ୧୩, ଗଞ୍ଜାମର ୧୦, କେଉଁଝରର ୯, ଯାଜପୁରର ୮, ନୂଆପଡାର ୬, କେନ୍ଦ୍ରାପଡା ଓ ଜଗତସିଂପୁରର ୪ଜଣ ଲେଖାଏଁ ରହିଛନ୍ତି । ଏହାସହ ସୁନ୍ଦରଗଡରୁ ୩, ବଲାଙ୍ଗୀରରୁ ୨, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
Another 125 #COVID19 patients have recovered and are being discharged on 23.6.2020.
— H & FW Dept Odisha (@HFWOdisha) June 23, 2020
33 from Khurdha
17 from Puri
14 from Cuttack
13 from Mayurbhanj
10 from Ganjam
9 from Keonjhar
8 from Jajpur
6 from Nuapada
4 each from Kendrapara & Jagatsinghpur
3 from Sundargarh
(1/2)
ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।