ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୯୮ପ୍ରଜାତିର ୧ଲକ୍ଷ ୨୪ହଜାର ୮୬୪ ପକ୍ଷୀ, ଏଥିରେ ଅଛନ୍ତି ୪୧ ପ୍ରଜାତି ବିଦେଶୀ ପକ୍ଷୀ

Published By : Prameya-News7 Bureau | January 09, 2021 IST

ସମ୍ବଲପୁର ୯।୧: ଚଳିତ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣାପଡିଛି । ଏଥିରେ ୪୧ ପ୍ରଜାତିର  ବିଦେଶୀ ପକ୍ଷୀ ଅଛନ୍ତି ବୋଲି ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫଓ ସୂଚନା ଦେଇଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ୨୫ ହଜାର ପକ୍ଷୀ ଅଧିକ ଆସିଥିବା ଜଣାପଡିଛି । 

ଗତ ଗୁରୁବାର ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା କରାଯାଇଥିଲା । ବି​‌ଦେଶୀ ପକ୍ଷୀଙ୍କ ମଧ୍ୟରେ କମନ କୁଟ, ଲେଜର ହ୍ୱିସିଲିଂ ଡକ, ଗ୍ରେଟ୍ କଧଡ଼ ଗ୍ରୀବସ,  ରେଡ୍ ହେଡେଡ୍ ପୋଚାର୍ଡ, କମନ ପୋର୍ଚାଡ ପ୍ରଜାତିର ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ଅଛି । ୩୫୨.୮୫ ବର୍ଗ କିଲୋମିଟର ପରିମିତ ହୀରାକୁଦ ଜଳଭଣ୍ଡାର ଓ ୧୬.୨୧ ବର୍ଗ କିଲୋମିଟର ପରିମିତ ପାୱାର ଚ୍ୟାନେଲ ଇଲାକାରେ ପକ୍ଷୀ ଗଣନା କରାଗଲା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ପକ୍ଷୀମାନେ ସାଇବେରିଆ, ହିମାଳୟ ଓ କାସ୍ପିଆନସାଗର, ମଙ୍ଗୋଲିଆ, ଆଫଗାନିସ୍ତାନ ଓ ଇରାକରୁ ଗତ ନଭେମ୍ବର ମାସରୁ ଆସିଛନ୍ତି । ଏହି ଚଢେଇମାନେ ମାର୍ଚ୍ଚ ମାସରେ ହଜାର ହଜାର କିଲୋମିଟର ଦୂର ଦେଶକୁ ଫେରିଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.