ଦେଶରେ ୮୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା : ୨୪ଘଣ୍ଟାରେ ୧୨୪୭ ମୃତ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୯: ଭାରତରେ ୫୩ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେଲା ଦିନକୁ ପ୍ରାୟ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୯୩ ହଜାର ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫କୁ ବୃଦ୍ଧି ହୋଇଛି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୩ ହଜାର ୯୬୪ଟି ଆକ୍ଟିଭ କେସ ଥିବା ବେଳେ ୪୨ ଲକ୍ଷ ୮ ହଜାର ୪୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଏବେ ସୁଦ୍ଧା ମୋଟ ୬ କୋଟି ୨୪ ଲକ୍ଷ ୫୪ ହଜାର ୨୫୪ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ଗତକାଲି ୮ ଲକ୍ଷ ୮୧ ହଜାର ୯୧୧ ଟେଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.