ଆସିଲା ଭଲ ଖବର, ସୁସ୍ଥ ହେଲେ ଆଉ ୧୨୩ କରୋନା ସଂକ୍ରମିତ

Published By : Prameya-News7 Bureau | June 05, 2020 IST

ଭୁବନେଶ୍ୱର, ୦୫|୦୬:   ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆକ୍ରାନ୍ତମାନେ ସୁସ୍ଥ ମଧ୍ୟ ହେଉଛନ୍ତି । ଶୁକ୍ରବାର ଆଉ ୧୨୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଶୁକ୍ରବାର ରାଜ୍ୟରେ ଆଉ ୧୨୩ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ମୋଟ ସଂଖ୍ୟା ୧୬୦୪ରେ ପହଁଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ୩୫ ଜଣ ଥିବା ବେଳେ କଟକରୁ ୨୨, ନୂଆପଡାରୁ ୧୪, ବଲାଙ୍ଗୀରରୁ ୧୪ ଓ ଖୋର୍ଧାରୁ ୧୦ଜଣ ରହିଛନ୍ତି । ସେହିପରି କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡାରୁ ୪ଜଣ ସୁସ୍ଥ ହୋଇଛନ୍ତି ।

ଏତତ୍ ବ୍ୟତୀତ ବାଲେଶ୍ୱର, ଢେଙ୍କାନାଳ ଓ ନୟାଗଡରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

wp:html /wp:html

ଶୁକ୍ରବାର ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.