Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କରୋନା ପ୍ରଭାବ : ସାରା ବିଶ୍ୱରେ ୧୨୦କୋଟି ଲୋକ ଗୃହବନ୍ଦୀ

21/03/2020 at 12:57 PM

ନୂଆଦିଲ୍ଲୀ ୨୧/୩: ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ତାରିଖରେ ଜନତା କର୍ଫ୍ୟୁ କରିବାର ଅପିଲ କରିଛନ୍ତି। ବିଶ୍ବରେ ଏପରି ଅନେକ ଦେଶ ରହିଛି,ଯେଉଁଠାରେ ପୂର୍ବରୁ ଜନତା କର୍ଫ୍ୟୁ ଚାଲିଛି। ଚୀନ,ଡେନମାର୍କ,ଅଲସଲଭାଡୋର,ଫ୍ରାନ୍ସ,ଆର୍ୟଲାଣ୍ଡ,ଇଟାଲୀ,ଜର୍ମାନୀ,ବ୍ରିଟେନ୍,ପୋଲାଣ୍ଡ,ସ୍ପେନ୍,ବେଲଜିୟମ୍, ଆର୍ଜେଣ୍ଟିନା,ଭାଟିକାନ୍ ସିଟି,ନରଓ୍ବେ,ଇରାନ୍,ଦକ୍ଷିଣ କୋରିଆ,ହଂକଂ,ଇଣ୍ଡୋନେସିଆ ସମେତ ପାଖାପାଖି ୨୦ଟି ଦେଶରେ ଲକଡାଉନ ଲାଗୁ କରାଯାଇଛି।

ବିଶ୍ବରେ ଲକଡାଉନ୍ ପାଇଁ ପାଖାପାଖି ୧୨୦କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏହା ବ୍ୟତୀତ ପାଖାପାଖି ୫୦ଟି ଦେଶ କୌଣସି ସହର କିମ୍ବା ଏକ ସୀମିତ ଅଞ୍ଚଳରେ ଲକଡାଉନ୍ ଲାଗୁ କରିଛନ୍ତି। ଆମେରିକା ଶୁକ୍ରବାର କାଲିଫର୍ଣ୍ଣିଆରେ ଲକଡାଉନ୍ ଲାଗୁ କରିଛି। ଏହା ପରେ ଏଠାରେ ୪କୋଟି ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି।

 ଏବର୍ଷ ଜାନୁୟାରୀରେ ସବୁଠୁ ପ୍ରଥମେ ଚୀନର ହୁଓ୍ବାଇ ପ୍ରାନ୍ତର ଉହାନରେ ଲକଡାଉନ୍ ଜାରି କରାଯାଇଥିଲା। ଏଠାରୁ କରୋନା ଭାଇରସର ଉତ୍ପତ୍ତି ହୋଇଥିଲା। ଏବେ ବିଶ୍ବରେ କରୋନାରେ ସବୁଠୁ ଅଧିକ ମୃତ୍ୟୁ ଇଟାଲୀରେ ହେଉଛି।

   Related Posts