Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଫାଇଜର୍ ଭାକସିନର ନକରାତ୍ମକ ପ୍ରଭାବ : ଇସ୍ରାଏଲରେ ଟିକା ନେବା ପରେ ୧୨୦୦୦ ଲୋକ କୋଭିଡ୍ ସଂକ୍ରମିତ

21/01/2021 at 2:04 PM

ଜେରୁଜେଲମ, ୨୧/୦୧:  ଇସ୍ରାଏଲରେ ଫାଇଜର ଟିକା ଅଭିଷାପ ପାଲଟିଛି । ପ୍ରଥମେ ନରଓ୍ୱେରେ ଫାଇଜର୍ ଟିକା ନେବା ପରେ ୨୩ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ଇସ୍ରାଏଲରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଟିକା ନେବା ପରେ ୧୨୪୦୦ରୁ ଅଧିକ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬୯ଜଣ ଟିକାର ଦ୍ୱିତୀୟ ଡୋଜ୍ ମଧ୍ୟ ନେଇଥିଲେ ।

ଦେଶର ସ୍ୱାସ୍ଥ୍ୟ ବିଭାଗ ୧୮୯୦୦୦ଜଣଙ୍କର କରୋନା ଟେଷ୍ଟ୍ କରିଥିଲା । ଏହି ସମସ୍ତେ ଫାଇଜର୍ ଭାକସିନ୍ ନେବା ପରେ କୋଭିଡ୍ ଟେଷ୍ଟ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୬.୬ ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଫାଇଜର ଭାକସିନ୍ କମ୍  ଫଳପ୍ରଦ ବୋଲି କହିଛନ୍ତି ଜାତୀୟ ସଂଯୋଜକ(ମହାମାରୀ) ନାଚମ୍ୟାନ୍ ଆସ୍ ।

ଇସ୍ରାଏଲ ସରକାର ଗତ ଡିସେମ୍ବର ୧୯ ତାରିଖରେ ଦେଶରେ ଟିକାକରଣ ଆରମ୍ଭ କରିଥିଲେ । ପ୍ରଥମେ ବୟସ୍କଙ୍କୁ ଟିକା ଦିଆଯାଇଥିଲା । ଏହାସହ ସ୍ୱାସ୍ଥ୍ୟକର୍ମୀ ଆଦି କରୋନା ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା । ଦେଶର ପ୍ରାୟ ଏକ ଚତୁର୍ଥାଂଶ ଲୋକଙ୍କୁ ଫାଇଜର୍ ଟିକା ଦିଆଯାଇ ସାରିଛି । ଏମାନଙ୍କ ମଧ୍ୟରୁ ୩.୫ ପ୍ରତିଶତ ଦ୍ୱିତୀୟ ଡୋଜ୍ ମଧ୍ୟ ନେଲେଣି ।

ଏବେବି ଇସ୍ରାଏଲରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି । ଏବେସୁଦ୍ଧା ୫ ଲକ୍ଷ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୦୦୫ରୁ ଅଧିକ ପ୍ରାଣ ହରାଇଲେଣି । ଫଳରେ ଦେଶର ଅନେକ ସହର-ବଜାରରେ କରୋନା ଜନିତ କଟକଣା ଲାଗି ରହିଛି ।

   Related Posts