Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

୧୨୦୦ ବର୍ଷର ପୁରୁଣା ଗୁମ୍ଫା: ଏଠାରେ ରହିଛି ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର

18/04/2020 at 6:28 PM

କାଞ୍ଚିପୁରମ୧୮/୦୪: ତାମିଲନାଡୁରେ ରହିଛି ୧୨୦୦ ବର୍ଷ ପୁରୁଣା ବରାହ ଗୁମ୍ଫା| ଏଠାରେ ରହିଛି ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର| ତାମିଲନାଡୁ କାଞ୍ଚିପୁରମ ଜିଲ୍ଲାରେ ରହିଛି ଏହି ବରାହ ଗୁମ୍ଫା| ପଥର କାଟି ଏହି ଗୁମ୍ଫା ନିର୍ମାଣ କରାଯାଇଛି | ଭଗବାନ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟରୁ ତୃତୀୟ ଅବତାର ହେଲା ବରାହ ଅବତାର| ଏହି ମନ୍ଦିର ମହାବଲିପୁରମ ଠାରୁ ପାଖାପାଖି ୮ କିମି ଦୂରରେ ଅବସ୍ଥିତ | ଶିଳାଲେଖ ଓ ଐତିହାସିକ ଅନୁସନ୍ଧାନ ଅନୁଯାୟୀ ଏହି ମନ୍ଦିର ସପ୍ତମ ଶତାବ୍ଦୀରେ ନିର୍ମାଣ ହୋଇଥିଲା | ଏହି ମନ୍ଦିରର ଇତିହାସକୁ ଦୃଷ୍ଟିରେ ରଖି ଏହାକୁ ୧୯୮୪ ମସିହାରେ ୟୁନେସ୍କୋ ଦ୍ୱାରା ବିଶ୍ୱ ମହତ୍ୱପୂର୍ଣ୍ଣ ଐତିହାସିକ ଐତିହ୍ୟରେ ସାମିଲ କରାଯାଇଥିଲା|

ବରାହ ଗୁମ୍ଫାର ମୁଖ୍ୟ ଆକର୍ଷଣ ହେଲା ଭଗବାନ ବିଷ୍ଣୁଙ୍କ ପ୍ରତିମା ଯାହା ବରାହ ଅବତାରରେ ରହିଛି | ଏହି ମୂର୍ତ୍ତୀ ସେହି ପୌରାଣିକ ତଥ୍ୟକୁ ବ୍ୟାଖ୍ୟା କରେ ଯେତେବେଳେ ଭଗବାନ ବିଷ୍ଣୁ ଧରିତ୍ରୀକୁ ରକ୍ଷା କରିବା ପାଇଁ ବରାହ ରୂପ ଧାରଣ କରିଥିଲେ| ଭଗବାନ ବିଷ୍ଣୁ ବରାହ ରୂପରେ ଆସି ନିଜର ଲମ୍ବା ଦାନ୍ତ ସାହାଯ୍ୟରେ ପୃଥିବୀକୁ ଜଳମଗ୍ନ ହେବାରୁ ରକ୍ଷା କରିଥିଲେ | ବରାହ ଭଗବାନ ବିଷ୍ଣୁଙ୍କ ୧୦ ଅବତାର ମଧ୍ୟରୁ ଗୋଟିଏ | ପୌରାଣିକ କଥା ଅନୁସାରେ ଯେତେବେଳେ ରାକ୍ଷସ ହିରଣ୍ୟାକ୍ଷ ପୃଥିବୀରେ ପାପ ଏବଂ ଆତଙ୍କ ଖେଳାଇଥିଲା। ସେତେବେଳେ ପୃଥିବୀ ଜଳରେ ବୁଡି ଯାଇଥିଲା | ସେତେବେଳେ ଭଗବାନ ବିଷ୍ଣୁ ବରାହ ରୂପ ଧାରଣ କରି ରାକ୍ଷସକୁ ବଧ କରି ପୃଥିବୀକୁ ରକ୍ଷା କରିଥିଲେ|

ଐତିହାସିକ ଅନୁସନ୍ଧାନ ଅନୁଯାୟୀ, ପଲ୍ଲଵ ରାଜା ନରସିଂହ ବର୍ମନଙ୍କ ସମୟରେ ମାମଲ୍ଲା ନାମକ କାରିଗର ପଥର କାଟି ମନ୍ଦିର ଓ ସ୍ମାରକୀ ନିର୍ମାଣ କରିଥିଲେ | ତାଙ୍କ ପୁତ୍ର ପରମେଶ୍ୱର ବର୍ମନ ପ୍ରଥମ ମଧ୍ୟ କାରିଗର ଥିଲେ | ସେ ଖୀ.ପୂ. ୬୫୦ ସମୟରେ ଅନେକ ଗୁମ୍ଫା ଓ ରଥ ମନ୍ଦିର ନିର୍ମାଣ କରିଥିଲେ | ଏହାପରେ ପାଖାପାଖି ସପ୍ତମ ଶତାବ୍ଦୀରେ ବରାହ ଗୁମ୍ଫା ମନ୍ଦିର ନିର୍ମାଣ କରାଯାଇଥିଲା | ଏହି ଗୁମ୍ଫା ମନ୍ଦିର ଅନେକ ଖୋଦିତ ସ୍ତମ୍ଭ ଉପରେ ନିର୍ମିତ ଯାହା ଦ୍ରାବିଡ଼ ସ୍ଥାପତ୍ୟକୁ ପ୍ରତିଫଳିତ କରେ | ରବେଶ ଦ୍ୱାରର ବିପରୀତ ଭାଗରେ ଗୁମ୍ଫା ମନ୍ଦିରର ପଛପଟ ପାଚେରୀରେ ନକ୍ସା ସହ ମୂର୍ତ୍ତୀ ଖୋଦିତ କରାଯାଇଛି | ମନ୍ଦିର ଭିତରେ ଅନ୍ୟ କାନ୍ଥରେ ମଧ୍ୟ ଅନେକ ସୁନ୍ଦର ଓ ଆକର୍ଷଣୀୟ ମୂର୍ତ୍ତି ତିଆରି କରାଯାଇଛି | ଏହି ପ୍ରାଚୀନ ଆକୃତି ପ୍ରକୃତି ପଲ୍ଲବ କଳାକୁ ଦର୍ଶାଉଛି | ମନ୍ଦିର ପାଖରେ ଥିବା କାନ୍ଥରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି |

ବରାହ ଗୁମ୍ଫା ପାହାଡ ଉପରେ ରହିଛି | ଏହାର ସମ୍ମୁଖରେ ପଥର ତିଆରି ଏକ ମଣ୍ଡପ ରହିଛି | ଗୁମ୍ଫାର ମୁଖ ପଶ୍ଚିମ ଦିଗକୁ ରହିଛି | ଏହାର ଲମ୍ବ ପାଖାପାଖି ୩୩ ଫୁଟ ଓ ଦୈର୍ଘ୍ୟ ପାଖାପାଖି ୧୪ ଫୁଟ | ଗୁମ୍ଫାର ଉଚ୍ଚତା ପାଖାପାଖି ୧୧.୫ ଫୁଟ | ଗୁମ୍ଫାର ପ୍ରବେଶ ଦ୍ୱାରରେ ୪ ଅଷ୍ଟକୋଣିୟ ଆକାରର କାନ୍ଥ ରହିଛି | ବରାହ ଗୁମ୍ଫା ସମ୍ପୂର୍ଣ ଭାବେ ପାହାଡ କାଟି ନିର୍ମାଣ କରାଯାଇଛି | ଏହାର ଖୋଦିତ ପ୍ୟାଭିଲିୟନ ସପ୍ତମ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଏ | ଗୁମ୍ଫା ଭିତରେ ଥିବା ପ୍ରତିମା ବହୁତ ସୁନ୍ଦର ଓ ଆକର୍ଷଣୀୟ | ଭଗବାନ ବିଷ୍ଣୁଙ୍କ ବରାହ ରୂପକୁ ଏଠାରେ ବିଶେଷ ଭାବରେ ଚିତ୍ରିତ କରାଯାଇଛି |

   Related Posts