କରୋନା ପ୍ରକୋପରେ ଦୁନିଆରେ ତ୍ରାହିମାମ ଡାକ, ୨୪ ଘଣ୍ଟାରେ ୧୨୦୦ ମୃତ୍ୟୁରେ କାମ୍ପି ଉଠିଲା ସୁପରପାଓ୍ଵାର ଆମେରିକା

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬।୦୪: ଗୋଟିଏ ଭାଇରସ୍ ଆଗରେ ସମଗ୍ର ଦୁନିଆ ଆତ୍ମ ସମର୍ପଣ କରିଥିବା ନଜର ଆସୁଛି। ଆମେରିକାରେ କରୋନା ଜନିତ ସ୍ଥିତି ଅଧିକ ଭୟାବହ ହେବାରେ ଲାଗିଛି। କରୋନା ଭାଇରସ ଜନିତ ମୃତ୍ୟ ସଂଖ୍ୟା ୯ ହଜାର ଟପିଛି। ମହାମାରୀର କେନ୍ଦ୍ରସ୍ଥଳ ପାଲଟିଥିବା ନ୍ୟୁୟର୍କରେ ଏକ ବାଘୁଣୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭାରତରେ ମଧ୍ୟ ସମସ୍ତ ଚିଡିଆଘରକୁ ହାଇଆଲର୍ଟରେ ରଖାଯାଇଛି।

କରୋନା ଭାଇରସ ଦ୍ଵିତୀୟ ବିଶ୍ଵ ଯୁଦ୍ଧଠୁ ମଧ୍ୟ ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛି। ପୂରା ଦୁନିଆରେ ଏଥିରେ ହେବାକୁ ତାଣ୍ଡବଲୀଳା ସ୍ପଷ୍ଟ ନଜର ଆସୁଛି। ଏହା ଆଣବିକ ବୋମାଠୁ ମଧ୍ୟ ଅଧିକ ବିନାଶକ ରୂପ ନେଉଛି।

{"id":249919,"sizeSlug":"large"}

ଆମେରିକାରେ କରୋନା ଭାଇରସ କାରଣରୁ କ୍ରମାଗତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆମେରିକାରେ ଗତ ୨୪ ଘଣ୍ଟାରେ କରୋନା କାରଣରୁ ୧୨୦୦ ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ଏ ପର୍ଯ୍ୟନ୍ତ ୯୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ଗୋଟିଏ ଭାଇରସ୍ ଆମେରିକାର ନ୍ୟୁୟର୍କଠୁ ନେଇ ଓ୍ଵାଶିଂଟନ, ନ୍ୟୁଜର୍ସଦି ଏବଂ ଟେକ୍ସାସରେ ଏମିତି ଦୟନୀୟ ସ୍ଥିତି ସୃଷ୍ଟି କରିଛି ଯେଉଁଥିରେ ସୁପର ପାଓ୍ଵାର ଆମେରିକାର ହୋସ୍ ଉଡି ଯାଇଛି।

ଏକାକୀ ନ୍ୟୁୟର୍କରେ ଏକ ଲକ୍ଷ ୨୩ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଚାରି ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି। ନ୍ୟୁୟର୍କ ସଂପ୍ରତି ଉହାନରେ ପରିଣତ ହୋଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

{"id":249920,"sizeSlug":"large"}

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ଦେଶବାସୀଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି । ଟ୍ରମ୍ପ ସ୍ଥିତି ଶୋଚନୀୟ ହେଉଥିବା ଦେଖି ୩୦ ଦିନ ପାଇଁ ନୋ ଓ୍ଵାର୍କ ଅର୍ଡରକୁ ବୃଦ୍ଧି କରିଛନ୍ତି । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ସଙ୍ଗରୋଧ କେନ୍ଦ୍ର(ଡିସିସି)ର ତଥ୍ୟକୁ ଉଲ୍ଲେଖ କରି ଟ୍ରମ୍ପ ଲୋକଙ୍କୁ ସ୍କାର୍ଫ କିମ୍ବା ଘରେ କପଡାରେ ନିର୍ମିତ ମାସ୍କ ମୁହଁରେ ଢାଙ୍କିବାକୁ ଅନୁରୋଧ କରିଛନ୍ତି । ଏହା ସହିତ ଏନ-୯୫ ମାସ୍କ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଛାଡି ଦେବାକୁ ଅପିଲ କରିଛନ୍ତି ।

କରୋନା ଭାଇରସରେ ଦୁନିଆରେ ପ୍ରାୟ ୧୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଛନ୍ତି । ଜୋହନ୍ସ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ, ସମଗ୍ର ବିଶ୍ୱରେ ମୋଟ୍ ୧୨ ଲକ୍ଷ ୭୩ ହଜାର ୯୯୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୬୯ ହଜାର ୪୪୪ ଜଣଙ୍କ ପ୍ରାଣହାନୀ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.