Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆମେରିକାରେ ଥମୁନି କରୋନା ଆତଙ୍କ : ଗୋଟିଏ ଦିନରେ ଗଲା ୧୨୦୦ ଜୀବନ, ୯୬୦୦ ଅତିକ୍ରମ କଲା ମୃତ୍ୟୁସଂଖ୍ୟା

6/04/2020 at 10:17 AM

ଓ୍ବାଶିଂଟନ୍ ୬।୪: କରୋନା ଭାଇରସ୍ ସାରା ବିଶ୍ବରେ ଏହାର ପ୍ରଭାବ ବିସ୍ତାର କରିଚାଲିଛି । ସାରା ବିଶ୍ବରେ ୧୦ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକା ବହୁଳ ଭାବେ ଏହି ମହାମାରୀର ଶିକାର ହୋଇଛି । ଆମେରିକାରେ ଗୋଟିଏ ଦିନ ମଧ୍ୟରେ ଏହି ଭାଇରସ୍ ଯୋଗୁଁ ୧୨୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ହେଉଛି ଆମେରିକା । କରୋନା ଭାଇରସ୍ ମହାମାରୀ ଯେମିତି ଏହି ଦେଶର ସବୁକିଛି ନଷ୍ଟ କରି ଚାଲିଛି । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ଦ୍ବାରା ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୯୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଆମେରିକାରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ବର୍ତ୍ତମାନ ଏହି ସଂଖ୍ୟା ୯/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ଅପେକ୍ଷା ତିନି ଗୁଣ ଅଧିକ ହୋଇସାରିଲାଣି ।
ନ୍ୟୁୟର୍କ ସିଟି ଏବଂ ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି । ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟାରୁ ଅଧା ହେଉଛନ୍ତି ଏଠାକାର । ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁୟର୍କରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ କୋରନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୩୦ ଦିନ ପାଇଁ ନୋ ଓ୍ବାର୍କ ଅର୍ଡରରୁ ବଢାଇ ଦେଇଛନ୍ତି । ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି । କୌଣସି ସର୍ବସାଧାରଣ ସ୍ଥାନକୁ ଯିବା କିମ୍ବା ଘରୁ ନ ବାହାରକୁ କୁହାଯାଇଛି । ମାତ୍ର ଆମେରିକାରେ ସଂପୂର୍ଣ୍ଣ ଲକ୍ ଡାଉନ୍ କରାଯାଇନାହିଁ । ଫଳରେ ଆମେରିକାରୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁଥିବା ଚର୍ଚ୍ଚା ହେଉଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରୋନା ଭାଇରସ୍ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ମହାମାରୀର ମୁକାବିଲା ପାଇଁ ରଣନୀତି ଉପରେ ଉଭୟ ଆଲୋଚନା କରିଥିଲେ । ଏହାସହ ଟ୍ରମ୍ପ୍ କିଛି ଔଷଧ ପାଇଁ ଭାରତକୁ ସାହାଯ୍ୟ ମାଗିଛନ୍ତି ।

   Related Posts