Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ଫୋନିରେ ପ୍ରଭାବିତ ହୋଇଛନ୍ତି ଓଡିଶା ପୋଲିସର ୧୨୦ ବାର୍ତ୍ତାବାହୀ ପାରା

କଟକ (ଶେଖର ପୂଜାହାରୀ) ୧୫|୫: ବାତ୍ୟା ଫୋନି ଦ୍ବାରା ଶିକାର ହୋଇଛନ୍ତି ଅନେକ ପକ୍ଷୀ । ଏଥିରୁ ବାଦ୍ ପଡିନାହାନ୍ତି ଓଡ଼ିଶା ପୋଲିସର ୧୨୦ ବାର୍ତ୍ତାବାହୀ ପାରା । ବାତ୍ୟା ଜନିତ ଅସୁବିଧା ସାଙ୍ଗକୁ ଦୂଷିତ ପରିବେଶ ପାଇଁ ପାରାମାନେ ସଂକ୍ରମଣର ଶୀକାର ହୋଇଛନ୍ତି । କେବଳ ଏତିକି ନୁହେଁ ସେମାନଙ୍କର ଯତ୍ନ ନେବାକୁ କର୍ମଚାରୀମାନେ ବି ନାହାନ୍ତି ।ତେଣୁ ଓଡ଼ିଶା ପୋଲିସର ୧୨୦ ବାର୍ତ୍ତାବାହୀ ପାରା ଲୋପ ପାଇଯିବାର ଆଶଙ୍କା ଦେଖାଦେଇଛି ।

ଫୋନି ପରଠାରୁ ଦୁର୍ଦ୍ଦିନରେ ଦିନ ଟାକୁଛନ୍ତି ଓଡିଶା ପୁଲିସର ୧୨୦ ବର୍ତ୍ତାବାହୀ ପାରା । ବାତ୍ୟା ବେଳେ ଲଗାତାର ୬ଦିନ ପର୍ଯ୍ୟନ୍ତ ବିନା ପାଣିରେ ଏମାନେ ଦିନ କାଟିଥିଲେ । ପାଣି ଅଭାବ କାରଣରୁ ପାରା ଗୁଡିକ ରହୁଥିବା ୫ଟି ଘର ବି ଠିକ୍ ଭାବେ ସଫା ହୋଇପାରୁନଥିଲା । ଏଥିପାଇଁ କର୍ମଚାରୀ ଅଭାବ ବି ଆଉ ଏକ କାରଣ ।

ସେପଟେ ପାରା ସେବା କେନ୍ଦ୍ରରେ ମିଶିଛି ୨ଟି ବଡ ଡ୍ରେନ୍ । ଫଳରେ ଦୂଷିତ ପରିବେଶ ପାଇଁ ପାରାମାନଙ୍କ ମଧ୍ୟରେ ସଂକ୍ରମଣ ବଢୁଛି ।ଡ୍ରେନ୍ ସଫା ଏବଂ ଏହା ଉପର ଢାଙ୍କୁଣୀ ବ୍ୟବସ୍ଥା କରିବା ପାଇଁ ପୋଲିସ ସିଗନାଲ ପକ୍ଷରୁ ସିଏମସିକୁ ଚିଠି ଲେଖାଯାଇଛି । ମାତ୍ର ସେମାନେ ସଫା କରୁନଥିବା ଅଭିଯୋଗ ହୋଇଛି। ତେବେ ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ହୋଇଥିବା ବେଳେ ନିୟମିତ ଭାବେ ପାରାଙ୍କୁ ପାଣି, ଖାଦ୍ୟ ଓ ଔଷଧ ଦିଆଯାଉଥିବା ଏସପି ସିଗନାଲ କହିଛନ୍ତି।

୧୯୪୬ରେ ଓଡିଶା ପୁଲିସ୍ ବାର୍ତ୍ତା ପାଠାଇବା ପାଇଁ ପାରା ସେବା ଆରମ୍ଭ କରିଥିଲା । ପରେ ୧୯୯୧ରେ ଭିଏଚଏଫ୍ ସେବା ଆରମ୍ଭ ହେବାପରେ ଏମାନଙ୍କ କାମ ବନ୍ଦ ହୋଇଯାଇଥିଲା । ତଥାପି ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ଏମାନଙ୍କୁ ପୁଲିସ୍ ବିଭାଗ ପକ୍ଷରୁ ବ୍ୟବହାର କରାଯାଉଛି।

103 Views

   ସମ୍ବନ୍ଧିତ ଖବର