ମାଲକାନଗିରିରେ ଗଞ୍ଜେଇ ବୋଝେଇ କାର୍ ଜବତ ; ୩ ଜଣ ଗିରଫ
25/09/2018 at 9:28 AM

ମାଲକାନଗିରି ୨୫|୯: ମାଲକାନଗିରିରେ ଗଞ୍ଜେଇ ବୋଝେଇ କାର ଜବତ ହୋଇଛି । ଛତିଶଗଡ ନମ୍ବର ଥିବା ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ ହୋଇଛି । ପାଟ୍ରୋଲିଂ ବେଳେ ଚିତ୍ରକୋଣ୍ଡା ପୋଲିସ ୧୨୨ କେ.ଜି. ଗଞ୍ଜେଇ ବୋଝେଇ କାର୍ ଜବତ କରିଛି । ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପେ।ଲିସ । ଗିରଫ ବ୍ୟକ୍ତି ହେଲେ ଛତିଶଗଡ ସୁଦାଲପୁର ଅଞ୍ଚଳର ହେମନ୍ତ ଇଚେରିଆ, ସୁନିଲ୍ ଶର୍ମା ଓ ରୋଶନ ପୁରି । ଚିତ୍ରକୋଣ୍ଡାରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021