ଅଦ୍ଭୁତ ରୋଗ: ୧୨ ବର୍ଷର ବାଳକ ଦେହରୁ ଝରୁଛି ଖାଇଥିବା ଖାଦ୍ୟ, ରୋଗ ଜାଣି ପାରୁନାହାଁନ୍ତି ଡାକ୍ତର

Published By : Prameya-News7 Bureau | November 07, 2018 IST

ଅଦ୍ଭୁତ ରେ।ଗ । ୧୨ ବର୍ଷର ବାଳକ ଦେହରୁ ଝରୁଛି ଖାଦ୍ୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଳକ ତରିପାଟଣା ଗାଁରେ । ଗତ ୨ବର୍ଷ ହେଲା ପୁଅ ଶରୀରରେ ଏଭଳି ହେଉଥିବା ଅଭିଯେ।ଗ କରିଛନ୍ତି ପରିବାର ଲେ।କ । ସେପଟେ ଡାକ୍ତରୀ ବିଜ୍ଞାନରେ ଏମିତି କିଛି ରେ।ଗ ନଥିବା କହୁଛନ୍ତି ଡାକ୍ତର । ପୁଅ ଦେହରୁ ଝରୁଛି ବିସ୍କୁଟ୍, କ୍ଷୀର, ଫଳ, ପନିପରିବା । ଏମିତି ଏକ ଅଦଭୂତ ଅଭିଯେ।ଗ କରିଛନ୍ତି ପଟ୍ଟାମୁଣ୍ଡାଇ ବ୍ଳକ ତରିପାଟଣା ଗାଁର ନଳିନୀପ୍ରଭା ପଣ୍ଡା । ୨ବର୍ଷ ତଳେ ଭୁବନେଶ୍ବରରେ ରହି ପାଠ ପଢୁଥିଲେ ୧୨ ବର୍ଷର ଜ୍ଞାନ ପ୍ରକାଶ । ହଠାତ୍ ତାଙ୍କ ଦେହହାତ କୁଣ୍ଡେଇ ହେ।ଇଥିଲା । ଏହା ପରେ ଏସସିବିରେ ଡାକ୍ତର ଦେଖାଇଥିଲେ ଜ୍ଞାନଙ୍କ ବାପା ମା’ । ହେଲେ ରେ।ଗ ତ ଜଣା ପଡିଲାନି କିନ୍ତୁ ସେବେଠୁ କୁଆଡେ ଜ୍ଞାନଙ୍କ ଶରୀରୁ ପାଣି, ଲାଳ ଓ ଖାଦ୍ୟ ବାହାରୁଛି । ଘଟଣା ପରେ ପୁଣି ଥରେ ଡାକ୍ତର ଦେଖାଇଥିଲେ ପରିବାର ଲେ।କେ । ହେଲେ ରିପେ।ର୍ଟରେ ସବୁ ଠିକଠାକ ଆସିଥିଲା । ଏପଟେ ଧିରେ ଧିରେ ପୁଅର ବାଚାଳାମି ବଢୁଛି। ଦେହ ହାତ କୁଣ୍ଡେଇ ହେବା ସହ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଜ୍ଞାନ । ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଲେଣି ପରିବାର । ଅନ୍ୟପଟେ ମେଡିକାଲ ସାଇନ୍ସରେ ଏମିତି ରେ।ଗର କୌଣସି ସ୍ଥାନ ନାହିଁ ବୋଲି ଜଣେ ଚିକିତ୍ସକ ମତ ଦେଇଛନ୍ତି । ଚିକିତ୍ସକ ଙ୍କ କହିବା ଅନୁଯାୟୀ ହାତରୁ ପାଣି ବାହାରିବା ଏକ ରୋଗ ଅଛି କିନ୍ତୁ ଖାଦ୍ୟ ବାହାରିବା ପ୍ରଥମ ଘଟଣା । ଆଉ ଏହାର ରିସର୍ଚ କରାଯାଇ ପିଲାଟିକୁ ସୁସ୍ଥ କରାଯାଇ ପାରିବ ବେ।ଲି କହିଛନ୍ତି ଡାକ୍ତର । କଣ ଏ ରେ।ଗ । କେମିତି ଭଲ ହେବେ ଜ୍ଞାନ । ଏହି ଶାରିରୀକ ସମସ୍ୟା ପାଠ ପଢା ସହ ଭବିଷ୍ୟତ ଖରାପ କରୁଛି । ତେଣୁ ଜ୍ଞାନଙ୍କୁ ତୁରନ୍ତ କୌଣସି ବିଶେଷଜ୍ଞଙ୍କୁ ଦେଖାଇ ଚିକିତ୍ସା କରିବା ଜରୁରୀ ହେ।ଇପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.