ପ୍ରେମରେ ପ୍ରତାରଣା ମିଳିବାରୁ ହାରି ଦେଲେ ଜୀବନ : ୧୨ବର୍ଷର ନାବାଳିକାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | September 10, 2020 IST

ଫରିଦାବାଦ ୧୦/୯: ଦିଲ୍ଲୀର ଫରିଦାବାଦରେ ଜଣେ ୧୨ବର୍ଷର ନାବାଳିକା ପ୍ରେମରେ ପ୍ରତାରିତ ହେବା ପରେ ଆତ୍ମହତ୍ୟା କରିଛି। ସୁଇସାଇଡ ନୋଟରୁ ଏବିଷୟରେ ଜଣା ପଡ଼ିଛି। ବର୍ତ୍ତମାନ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

ଏହି ନାବାଳିକା ଫରିଦାବାଦର ବଲ୍ଲଭଗଡ଼ ଅଞ୍ଚଳରେ ନିଜ ବାପା ମାଆଙ୍କ ସହ ରହୁଥିଲେ। ସେ ପଡିଶାରେ ରହୁଥିବା ଜଣେ ନାବାଳକଙ୍କୁ ଭଲ ପାଉଥିଲେ।

ନାବାଳିକା ନିଜ ସୁଇସାଇଡ ନୋଟରେ ଲେଖିଥିଲେ ଯେ ସେ ପଡ଼ିଶାରେ ରହୁଥିବା ଜଣେ ସମବୟସ୍କ ପୁଅକୁ ଭଲ ପାଉଥିଲେ କିନ୍ତୁ ନାବାଳକ ଆଉ ଜଣଙ୍କୁ ଭଲ ପାଉଥିଲେ।

ଏଥିରେ ରାଗି ଯାଇ ସେ ଫାଶୀ ଲଗାଇ ଦେଇଥିଲେ। ନାବାଳିକାଙ୍କ ବାପା କହିଥିଲେ ଯେ ତାଙ୍କୁ ଏବିଷୟରେ ସୁଇସାଇଡ ନୋଟରୁ ଜଣା ପଡ଼ିଥିଲା। ତାଙ୍କ ଝିଅ ସୁଇସାଇଡରେ ଈଶ୍ବରଙ୍କୁ ଦାୟୀ ବୋଲି ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.