Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଲକ୍ ଡାଉନ୍ ଯୋଗୁଁ ୧୦୦କି.ମି. ଚାଲିଲେ ୧୨ବର୍ଷର ନାବାଳିକା, ଘରଠାରୁ କିଛି ଦୂରରେ ଚାଲିଗଲା ଜୀବନ

21/04/2020 at 1:06 PM

ବିଜାପୁର ୨୧।୪: ସାରା ଦେଶରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଇଛି । ତେବେ ଲକ୍ ଡାଉନ୍ ର କିଛିଟା ଖରାପ ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଏବେ ଛତିଶଗଡରେ ମଧ୍ୟ ଲକ୍ ଡାଉନର ଖରାପ ପ୍ରଭାବ ସାମ୍ନାକୁ ଆସିଛି । ଭୋକ ଉପାସରେ ଲୋକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି । ଏଭଳି ପରିସ୍ଥିତିରେ ତେଲେଙ୍ଗାନାରୁ ବିଜାପୁରକୁ ଫେରୁଥିବା ଜଣେ ୧୨ ବର୍ଷର ନାବାଳିକାଙ୍କର ଘରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଛି । ୩ ଦିନ ପାଦରେ ଚାଲି ଚାଲି ତେଲେଙ୍ଗାନାରୁ ଗାଁ ଶ୍ରମିକମାନଙ୍କ ସହିତ ନାବାଳିକାଟି ପହଞ୍ଚିଥିଲା ​​। ସେଠାରେ ପହଞ୍ଚିବା ପରେ ସେ ଡିହାଇଡ୍ରେସନର ଶିକାର ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ବିଜାପୁରର ଆଦେଡ ଗାଁର ୧୨ ବର୍ଷର ନାବାଳିକା ଜାମଲୋ ମାଡକାମୀ ୩ ମାସ ପୂର୍ବରୁ ଗାଁର ଅନ୍ୟମାନଙ୍କ ସହ ଚାକିରୀ ଖୋଜିବା ପାଇଁ ତେଲେଙ୍ଗାନା ଯାଇଥିଲେ । ସେଠାରେ ପେରୁର ଗାଁରେ ସେ ଲଙ୍କା ତୋଳିବା ପାଇଁ ଯାଉଥିଲେ । କରୋନା ଯୋଗୁଁ ହଠାତ୍ ଲକ୍ ଡାଉନ୍ ହୋଇଯାଇଥିଲା । ପ୍ରଥମ ୨୧ ଦିନ କଟାଯାଇଥିଲା । କିନ୍ତୁ ଯେତେବେଳେ ଲକ୍ ଡାଉନ୍ ବୃଦ୍ଧି କରାଗଲା ସେ ଚାଲି ଚାଲି ତିନି ଦିନ ପୂର୍ବେ ୧୧ ଜଣ ଶ୍ରମିକଙ୍କ ସହ ନିଜ ଗାଁକୁ ଫେରୁଥିଲେ ।

ପ୍ରାୟ ୧୦୦ କିଲୋମିଟର ଯାତ୍ରା କରିବା ପରେ ଅପ୍ରେଲ ୧୮ରେ ଶ୍ରମିକମାନେ ବିଜାପୁରର ମୋଡକପାଲରେ ପହଞ୍ଚିଥିଲେ । ଏହି ସମୟରେ ଜାମଲୋଙ୍କର ମୃତ୍ୟୁ ହୋଇଥିଲା । ପ୍ରଶାସନ ନାବାଳିକାର ଶବକୁ ଅଲଗା ରଖିଛି । ଏହାସହ ଶ୍ରମିକମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ କରାଯାଇଛି । ଶ୍ରମିକମାନେ ନାବାଳିକାର ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ । ଏକମାତ୍ର ଝିଅର ମୃତ୍ୟୁ ଖବର ପାଇବା ପରେ ବାପା ଆଣ୍ଡୋରାମ ମାଡକମ୍ ଏବଂ ମା ସୁକମାଟି ମାଡକମ୍ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ ।

ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନାବାଳିକାର ମୃତଦେହକୁ ବିଜାପୁରକୁ ଆଣିବା ସହିତ ସମସ୍ତ ଶ୍ରମିକଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ସମସ୍ତଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଅତ୍ୟଧିକ ଗରମ ହେତୁ ଡିହାଇଡ୍ରେସନ୍ ହୋଇ ନାବାଳିକାର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ।

   Related Posts