ଭଦ୍ରକରେ ୧୨ ବର୍ଷର ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ୬୫ ବର୍ଷ ବୟସ୍କ ବୃଦ୍ଧ ଅଟକ

Published By : Prameya-News7 Bureau | April 18, 2019 IST

ଭଦ୍ରକ ୧୮|୪: ରାଜ୍ୟରେ ନିର୍ବାଚନ ପାଇଁ ବ୍ୟାପକ ପ୍ରଚାର ଓ ପ୍ରସ୍ତୁତି ଚାଲିଥିବା ବେଳେ ଭଦ୍ରକରେ ଘଟିଛି ଅଭାବନୀୟ ଘଟଣା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ଗାଁରେ ଜଣେ ୧୨ ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭଦ୍ରକ ସଦର ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଛି।  

{"id":104645,"width":589,"height":324}

ସୂଚନାଯୋଗ୍ୟ ଯେ, ଗତ କାଲି ସନ୍ଧ୍ୟାରେ ପାଖ ଗାଁରେ ହେଉଥିବା ଉଡା ପର୍ବ ଦେଖିବା ପାଇଁ ଏହି ନାବାଳିକା ଯାଇଥିଲେ । ସେଠାରୁ ଏକାକି ଘରକୁ ଫେରୁଥିବା ବେଳେ ନାବାଳିକାଙ୍କ ସହ କେହି ଦୁବୃତ୍ତ ଦୁଷ୍କର୍ମ କରିବା ସଙ୍ଗେ ସଙ୍ଗେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲା । ନାବାଳିକାଙ୍କ ପରିଚୟ ଲୁଚାଇବା ପାଇଁ ତାଙ୍କ ମୁହଁକୁ ପଥରରେ ଛେଚାଯାଇଥିବା ବେଳେ ବେକକୁ ଚିପିଦିଆଯାଇଥିଲା। ଦୁବୃତ୍ତଙ୍କ ଏଭଳି ଆକ୍ରମଣରେ ନାବାଳିକା ସଜ୍ଞାହୀନ ହୋଇପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭାବି ଦୁବୃତ୍ତ ସେଠାରୁ ଫେରାର ହୋଇଯାଇଥିଲା ।

{"id":104646}

ଆଜି ସକାଳୁ ଗାଁ ଲୋକେ ଅଚେତ ହୋଇପଡିଥିବା ନାବାଳିକାଙ୍କୁ ଉଦ୍ଧାର କରି ଭଦ୍ରକ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ପିଡୀତାଙ୍କ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":104647}

ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏକ ଦୁଷ୍କର୍ମ ଓ ଦତ୍ୟା ଉଦ୍ୟମ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାର୍ଥମିକ ଅନୁସଂଧାନ ପରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଛି । ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଜଣା ପଡୁଛି ଯେ, ଏହି ଘଟଣାରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.