ନ୍ୟାୟ ମାଗୁଛି ୧୨ବର୍ଷର ଝିଅ ନକ୍ଷତ୍ରା, ହୋଲି ଦିନ ଅଜଣା ଦୁର୍ବୃତ୍ତଙ୍କ ଗୁଳିରେ ହୋଇଥିଲା ଗୁରୁତର

Published By : Prameya-News7 Bureau | June 18, 2019 IST

ଜୟପୁର ୧୮|୬: ବାର ବର୍ଷର କୁନି ଝିଅ ମାଗୁଛି ନ୍ୟାୟ ହେଲେ ଅଭିଯୁକ୍ତ ପାଖରେ ପହଁଚି ପାରୁନି ଜୟପୁର ପୋଲିସ। ଦିନ ପରେ ଦିନ ଏପରି ୩ ମାସ ଗଡିବାକୁ ଯାଉଛି ତଥାପି ପୋଲିସର ହାତ ଖାଲି। ନ୍ୟାୟ ପାଇବା ତ ଦୂରର କଥା , ପୁଣି ଥରେ ଦୁର୍ବୁତ୍ତଙ୍କ ଟାର୍ଗେଟରେ ଆସିଯିବାର ଭୟ। ତେଣୁ ନ୍ୟାୟ ପାଇବା ଆଶା ଛାଡି ଏବେ ୧୨ ବର୍ଷର ଏହି  ନାବାଳିକା ସହର ଛାଡିଛି। ଏହି କାହାଣୀ ହେଉଛି ଗତ ମାର୍ଚ୍ଚ ୨୨ ତାରିଖ ହୋଲି ଦିନ ଦୁର୍ବୁତ୍ତଙ୍କ ଗୁଳି ମାଡର ଶିକାର ହୋଇଥିବା ଜୟପୁରର ସପ୍ତମ ଶ୍ରେଣୀର ଛାତ୍ରୀ ନକ୍ଷେତ୍ରାର । ପାଖରେ ଟଂକା ନଥିବାରୁ ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ପରିବାର ଲୋକ।ତେଣୁ ଏବେ ପ୍ରଶ୍ନ ଉଠୁଛି ଜୟପୁର ପୋଲିସ ଏମିତି ଅନ୍ଧାରରେ ବାଡି ବୁଲାଉଥିବା ନା ସତେରେ ଅଭିଯୁକ୍ତ ପାଖରେ ପହଁଚି ପାରିବ।

{"id":124428}

ବାର ବର୍ଷର କୁନି ଝିଅ ନକ୍ଷେତ୍ରା।ଘର ଜୟପୁରର କିଆବନ୍ଧ ସାହିରେ।ସପ୍ତମ ଶ୍ରେଣୀରେ ପାଠ ପଢେ।ଆଖିରେ ତାର ଅସୁମାରୀ ସ୍ବପ୍ନ।ଭଲ ପାଠ ପଢି ଭଲ ମଣିଷ ହେବାର ଲକ୍ଷ୍ୟ।ହେଲେ ଲାଗୁଛି ସତେ ଯେପରି ଗୋଟିଏ ଘଟଣା ତା ଜୀବନର ଗତି ପଥ ବଦଳାଇ ଦେଇଛି।ସବୁ ସ୍ବପ୍ନ ଏବେ ସ୍ବପ୍ନରେ ରହିଯିବା ପରି ଲାଗୁଛି।କାରଣ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଏହି କୁନି ଝିଅ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛି। ଜୀବନ କଣ ଜାଣିବା ପୂର୍ବରୁ ହଠାତ୍ ଗୁଳି ମାଡର ଶିକାର ହୋଇଥିଲା ନକ୍ଷେତ୍ରା।

{"id":124429}

ଗତ ମାର୍ଚ୍ଚ ମାସ ୨୨ ତାରିଖ ମାନେ ହୋଲି ଦିନ ନିଜ ଘର ସାମ୍ନାରେ ଶୌଚ ହେଉଥିବା ସମୟରେ ଅଜଣା ଦୁର୍ବୁତ୍ତଙ୍କ ଗୁଳି ମାଡର ଶିକାର ହୋଇଥିଲା ଏହି କୁନି ଝିଅଟି।ପରିବାର ଲୋକ ପ୍ରଥମେ ଜୟପୁର ଓ ପରେ କୋରାପୁଟ ମେଡିକାଲ କଲେଜ ସହ କଟକ ନେଇ ଝିଅର ଚିକିତ୍ସା କରାଇଥିଲେ।ଶରୀରରୁ ଗୁଳି ସିନା ବାହାରି ପଡିଲା କିନ୍ତୁ ଏବେ ବି ଯନ୍ତ୍ରଣାରେ ଛଟପଟ ହେଉଛି ନକ୍ଷେତ୍ରା।

{"id":124430}

ଚିକିତ୍ସା ବାବଦକୁ ପ୍ରଶାସନ ୮ ହଜାର ଟଂକା ଦେଇ ନିଜ କାମ ସାରିଦେଲା।ଆଗକୁ ଚିକିତ୍ସା ପାଇଁ ଆହୁରୀ  ଅଧିକ ଟଂକା ଦରକାର ହେଉଥିବାରୁ ପରିବାର ପାଖରେ ଟଂକା ନାହିଁ।ଆଉ ଏହି ସମୟରେ ପ୍ରଶାସନ ସହାୟତାର ହାତ ବଢାଇବା ଦୂରର କଥା, ଅଭିଯୁକ୍ତକୁ ଘଟଣାର ୩ ମାସ ପରେ ବି ପୋଲିସ କାବୁ କରି ପାରିନି।ତେଣୁ ଆଗକୁ ଦୁର୍ବୁତ୍ତଙ୍କ ଠାରୁ ବିପଦ ଆଶଙ୍କା କରି ଶେଷରେ ଜୟପୁର ଛାଡିଛି ନକ୍ଷେତ୍ରା।

{"id":124431}

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟପୁର ଏସ୍.ଡି.ପି.ଓ ସାଗରିକା ନାଥ।ମାନବିକତା ଦୃଷ୍ଟି କୋଣରୁ ନକ୍ଷେତ୍ରାର ଚିକିତ୍ସା ପାଇଁ କୋରାପୁଟ ଏସ୍.ପି ଆବଶ୍ୟକ ପଦକ୍ଷେପ ନେବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ।ଆଉ ଏହି ଘଟଣାରେ ପରିବାର ଲୋକ ସେମାନଙ୍କର କାହାରି ସହ ପୂର୍ବରୁ ଶତୃତା ନଥିବା କହି ଆସୁଛନ୍ତି।

{"id":124432}

ନକ୍ଷେତ୍ରା ବର୍ତ୍ତମାନ ସୁସ୍ଥ ଥିବା ବେଳେ ଆଗକୁ ଆବଶ୍ୟକ ପଡିଲେ ପୋଲିସ ନିଜ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ବି ଦେଇଛନ୍ତିଜୟପୁର ଏସ୍.ଡି.ପି.ଓ।ତେବେ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରି ସାରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି କହିଛନ୍ତି।

{"id":124433}

ଘଟଣାର ୩ ମାସ ପରେ ବି ପୋଲିସ ଅଭିଯୁକ୍ତକୁ କାବୁ ନକରିବା ପୋଲିସ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି।ତେବେ ନକ୍ଷେତ୍ରା ଶୀଘ୍ର ଆରୋଗ୍ୟ ଲାଭ କରିବା ସହ ଅଭିଯୁକ୍ତମାନେ କଠୋର ଦଣ୍ଡ ପାଆନ୍ତୁ ଏହା ହିଁ ସମସ୍ତଙ୍କର କାମନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.