ସ୍କୁଲ ଖୋଲିବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୨ ବର୍ଷ ବୟସ୍କା ଛାତ୍ରୀ, ମା'ଙ୍କ ମାଧ୍ୟମରେ କରିଛନ୍ତି ପିଟିସନ

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯।୫: କୋଭିଡ-୧୯ ଯୋଗୁ ଦେଶରେ ଗତ ମାର୍ଚ୍ଚ ୨୦୨୦ରୁ ସ୍କୁଲ ବନ୍ଦ ପଡିଛି।  ଗତବର୍ଷ ଶେଷ ବେଶକୁ  ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲ ହେଲେ ଏହା କେବଳ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସ୍ୱଳ୍ପ କାଳ ନିମନ୍ତେ ଖୋଲିଥିଲା। କିନ୍ତୁ ଦେଢ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଦ୍ୱାର ମାଡି ନାହାନ୍ତି। ଘରେ ରହି ରହି ପିଲା ଏବେ ଅଭିଭାବକଙ୍କୁ ବ୍ୟତିବ୍ୟସ୍ତ କରୁଛନ୍ତି। ଏଥିରେ ଦିଲ୍ଲୀର ଜନୈକା ୧୨ ବର୍ଷ ବୟସ୍କା ଛାତ୍ରୀ ଟିଆ ଗୁପ୍ତା ସ୍କୁଲ ଖୋଲିବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

ଟିଆ ତାଙ୍କ ମା ନିଓମା ୱାସଦେଓ ଗୁପ୍ତାଙ୍କ ମାଧ୍ୟମରେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେମାନଙ୍କ ସହ ସାମିଲ ହୋଇଛନ୍ତି ଦିଲ୍ଲୀର ଅନ୍ୟ ଜଣେ ମହିଳା ରୋମା ରେହେଜା। ରୋମାଙ୍କ କୋଳରେ ଏକ ୮ ମାସର ଶିଶୁ ଅଛି। ଏଣୁ କୋର୍ଟଙ୍କୁ ଦିଲ୍ଲୀର ପିଲାଙ୍କ ଲାଗି ଏକ ଟିକାକରଣ ପ୍ରୋଟକଲ କରିବା ଲାଗି ଦାବି କରିଛନ୍ତି।

{"id":458729,"width":838,"height":471,"sizeSlug":"large","linkDestination":"none"}

ଟିଆ ସ୍କୁଲ ଯିବା ଲାଗି ବାରମ୍ବାର ଅଳି କରୁଛି। ହେଲେ ତାକୁ ବୁଝାଇବା ବେଳେ ବେଳେ ଅସମ୍ଭବ ହୋଇପଡୁଥିବା  ତାର ମା ନିଓମା କହିଛନ୍ତି। ତୋତେ ଟିକା ମିଳିଗଲେ ତୋ ସ୍କୁଲ ପୁଣି ଖୋଲିଯିବ ଓ ତୁ ନିୟମିତ ଯେମିତି ସ୍କୁଲ ଯାଉଥିଲୁ ସେମିତି ଯିବୁ ବୋଲି ବୁଝେଇ ବୁଝେଇ ଥକି ସାରିଲିଣି ହେଲେ ଏ ପର୍ଯ୍ୟନ୍ତ ଦେଶରେ ପିଲାଙ୍କ ଲାଗି ନା ଟିକାକରଣ ହେଉଛି ନା ସେମାନଙ୍କ ସମ୍ପର୍କରେ କେହି ମୁଣ୍ଡ  ଖେଳାଉଛନ୍ତି ବୋଲି ନିଓମା  ଅଭିଯୋଗ କରିଛନ୍ତି। ଏଣୁ ମାମଲାରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ଚିନ୍ତା କଲି ବୋଲି ସେ କହିଛନ୍ତି।

ଏବେ ଆମେରିକା ଓ କିଛି ଅନ୍ୟ ଦେଶରେ ୧୨ ବର୍ଷରୁ ୧୭ ବୟଷ୍କଙ୍କ ଟିକାକରଣ ସରିଥିବା ବେଳେ ସ୍କୁଲ କଲେଜ ପୁଣି ଖୋଲିଗଲାଣି। ଏଥିରେ ଭାରତ ଏକ ଗ୍ଲୋବାଲ ପ୍ଲାଟଫର୍ମ ହୋଇ ମଧ୍ୟ ଭାରତୀୟ ପିଲା କାହିଁକି ସ୍କୁଲ ଯାଇ ପାରୁ ନାହାନ୍ତି ବୋଲି ନିଓମା ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ଡି.ଏନ.ପଟେଲ ଓ ଜଷ୍ଟିସ୍‌ ଜ୍ୟୋତି ସିଂହଙ୍କ ପୀଠରେ ଶୁଣାଣି ଲାଗି ଆଗତ ହୋଇଛି। ମାମଲାରେ ଦୁଇସଦସୀୟ ପୀଠ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିବା ସହ ଟିଆ ଓ ରୋମାଙ୍କ ଆବେଦନର ଆଗାମୀ ଶୁଣାଣି ନିମନ୍ତେ ଜୁନ ୪ ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.