ଗାୟିକା ସପ୍ନା ଚୈାଧୁରୀଙ୍କ ଗୀତରେ ଡାନ୍ସ କରୁ କରୁ ଷ୍ଟେଜରେ ଟଳି ପଡ଼ିଲେ ବାଳିକା

Published By : Prameya-News7 Bureau | November 29, 2018 IST

ମୁମ୍ବାଇ ୨୯/୧୧: ମୁମ୍ବାଇର କାନ୍ଦିବାଲୀ ଓ୍ବେଷ୍ଟରେ ହେଉଥିବା ଏକ ଷ୍ଟେଜ୍ ଶୋ ରେ ନାଚୁଥିବାବେଳେ ଜଣେ ୧୨ବର୍ଷ ବୟସ୍କା ବାଳିକା ହଠାତ ପଡ଼ିଗଲେ ଏବଂ ତାଙ୍କ ମୃତ୍ୟୁ ଘଟିଲା। ସେ ହରିୟାଣାର ଡାନ୍ସର ଏବଂ ସିଙ୍ଗର ସପନା ଚୈାଧୁରୀଙ୍କ ଗୀତରେ ଏବଂ ତାଙ୍କ ଅନ୍ଦାଜରେ ନାଚୁଥିଲେ। ଏହି ଘଟଣା ଗତ ମଙ୍ଗଳବାର ଦିନ ଘଟିଛି। ମୁମ୍ବାଇର କାନ୍ଦିବାଲୀ ଓ୍ବେଷ୍ଟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସପ୍ନା ଚୈାଧୁରୀଙ୍କ ଗୀତରେ ୧୨ବର୍ଷ ବୟସ୍କା ଅନୀଷା ଶର୍ମା ଡ୍ୟାନ୍ସ କରୁଥିଲେ। ପାଖାପାଖି ୧ମିନିଟ ଡ୍ୟାନ୍ସ କରିବା ଭିତରେ ସେ ଷ୍ଟେଜରେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତା ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଅନିଷାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି। ସେ କହିଥିଲେ ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ। ଏହି ମାମଲାରେ ଲୋକଙ୍କ ଅଭିଯୋଗ ହେଉଛି ଯେ ପ୍ରତିଯୋଗୀମାନଙ୍କ ପାଇଁ ଠିକ୍ ସମୟରେ ଖାଦ୍ୟପେୟର ବ୍ୟବସ୍ଥା ହୋଇନଥିଲା ଏବଂ ଦୀର୍ଘ ସମୟ ତାଙ୍କୁ ବସାଇ ରଖାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.