ବିସ୍ମୟ ପ୍ରତିଭା : ଖବରକାଗଜରେ ଟ୍ରେନ୍ ପ୍ରସ୍ତୁତ କଲେ ୧୨ବର୍ଷର ବାଳକ, ଆଶ୍ଚର୍ଯ୍ୟ ହୋଇ ରେଳବାଇ ସେୟାର କଲା ଭିଡିଓ
26/06/2020 at 3:05 PM

ତ୍ରିଶୂର ୨୬/୬: କରୋନା ସଙ୍କଟରେ ଦେଶରେ ଚାଲିଥିବା ଲକଡାଉନ୍ ସମୟରେ କାମ ଠପ୍ ରହିଛି,ସ୍କୁଲ୍ ବନ୍ଦ ରହିଛି। ଏପରି ପରିସ୍ଥିତିରେ ସମସ୍ତେ ଘରେ ଅଛନ୍ତି। ଲକଡାଉନରେ ଅନେକ ଲୋକଙ୍କ ପ୍ରତିଭା ପରିସ୍ଫୁଟିତ ହୋଇଛି। ପିଲାମାନେ ମଧ୍ୟ ଅନଲାଇନ୍ କ୍ଲାସ୍ ପରେ ଫ୍ରି ହେଲେ କିଛି ନା କିଛି କ୍ରିଏଟିଭ୍ କରୁଛନ୍ତି। ଏପରି କିଛି ଭିନ୍ନ ଏବଂ ଖାସ୍ କ୍ରିଏଟିଭିଟି ଦେଖାଇଛନ୍ତି ଜଣେ ୧୨ବର୍ଷର ବାଳକ। ରେଳ ମନ୍ତ୍ରଣାଳୟ ମଧ୍ୟ ବାଳକଙ୍କ କ୍ରିଏଟିଭିଟି ଦେଖି ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି ଏବଂ ସେ ସୋସିଆଲ୍ ମିଡିଆରେ ଏହାର ସୂଚନା ଦେଇଛନ୍ତି।
କେରଳର ତ୍ରିଶୂରରେ ରହୁଥିବା ବାଳକ ଅଦ୍ବୈତ କୃଷ୍ଣା ଖବରକାଗଜ ପୃଷ୍ଠାରେ ଟ୍ରେନର ଏକ ମଡେଲ୍ ନିର୍ମାଣ କରିଛନ୍ତି। କୃଷ୍ଣାଙ୍କ ଦ୍ବାରା ଖବରକାଗଜରେ ନିର୍ମିତ ଏହି ଟ୍ରେନର ଫଟୋ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ରେଲଓ୍ବେର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡଲରେ ଏହି ଖାସ୍ ରେଳଗାଡ଼ିର ଫଟୋ ସେୟାର କରାଯାଇଛି। ଫଟୋ ବ୍ୟତୀତ ରେଲଓ୍ବେ ଏହାର ଭିଡିଓ ମଧ୍ୟ ସେୟାର କରିଛି। ମନ୍ତ୍ରଣାଳୟ ଏହା ସହିତ କ୍ୟାପସନରେ ଲେଖିଛନ୍ତି -‘ ମାଷ୍ଟର ଅଦ୍ବୈତ କୃଷ୍ଣା ନିଜର ରଚନାତ୍ମକ କୀର୍ତ୍ତି ଦେଖାଇଛନ୍ତି ଏବଂ ଖବରକାଗଜରେ ଟ୍ରେନର ମଡେଲ୍ ନିର୍ମାଣ କରିଛନ୍ତି,ସେ ଏହା ମାତ୍ର ୩ଦିନରେ କରିଛନ୍ତି। ସୋସିଆଲ ମିଡିଆରେ କୃଷ୍ଣାଙ୍କର ଖୁବ୍ ପ୍ରଶଂସା ହେଉଛି।