ପାଞ୍ଚ ମହଲା କୋଠାରେ ଲାଗିଲା ନିଆଁ, ୧୨ ବର୍ଷ ବାଳକ ସମେତ ୨ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | October 17, 2020 IST

କୋଲକତା ୧୭/୧୦: କଲିକତାରେ ପାଞ୍ଚ ମହଲାର ଏକ କୋଠାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଗଣେଶ ଚନ୍ଦ୍ର ଏଭିନ୍ୟୁରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପାଞ୍ଚ ମହଲା କୋଠାରେ ଏହି ଅଘଟଣ ଘଟିଛି। ଏଥିରେ ୧୨ ବର୍ଷର ବାଳକ ସମେତ ଦୁଇ ଜଣ ପ୍ରାଣ ହରାଇଛନ୍ତି। ବିଲିଡିଂରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ଓ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷ।

ନିଆଁ ଭୟରେ ବାଳକଟି ବିଲଡିଂରୁ ତଳକୁ ଡେଇଁ ପଡ଼ିଥିଲା। ତାକୁ ହସପିଟାଲ ନିଆଁ ଯାଇଥିଲା ମାତ୍ର ତାର ଜୀବନ ରକ୍ଷା ହୋଇପାରିଲା ନାହିଁ। ଏହା ବାଦ୍ ଜଣେ ମହିଳାଙ୍କ ମୃତ​‌ ଦେହ ବାଥରୁମରୁ ଉଦ୍ଧାର କରାଯାଇଛି। କୋଠାରେ ରହୁଥିବା ଦୁଇ ଜଣ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି।

ବିଲଡିଂର ପ୍ରଥମ ମହଲାରେ ନିଆଁ ଲାଗି ପରେ ତାହା ଚାରିଆଡକୁ ବ୍ୟାପିଗଲା। ବିଲଡିଂରେ ଥିବା ସମସ୍ତଙ୍କ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଓ ସ୍ଥିତି ନିୟନ୍ତ୍ରଣରେ ମଧ୍ୟ ରହିଛି। ନିଆଁ ଲିଭାଇବା ତଥା ଲୋକଙ୍କ ଉଦ୍ଧାର ପାଇଁ ୨୫ଟି ଦମକଳ ଗାଡି ଓ ଗୋଟିଏ ହାଇଡ୍ରୋଲିକ ସିଢ଼ି ବ୍ୟବହାର କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.