ଏପ୍ସଟିନ-ବାର୍ ଭାଇରସରେ ସଂକ୍ରମିତ ୧୨ ବର୍ଷ ଶିଶୁ: ହଳଦିଆ ପଡିଗଲା ଜିଭ, ଅନିୟନ୍ତ୍ରିତ ହେଲା ପ୍ରତିରକ୍ଷା ପ୍ରଣାଳୀ

Published By : Prameya-News7 Bureau | July 29, 2021 IST

କାନାଡ଼ା ୨୯/୦୭ : କାନାଡାର ଜଣେ ୧୨ ଶିଶୁ ଠାରେ 'କୋଲ୍ଡ ଏଗ୍ଲୁଟିନିନ' ନାମକ ଏକ ବିରଳ ଅଟୋଇମ୍ୟୁନ ଡିସଅର୍ଡର ମାମଲା ସାମ୍ନାକୁ ଆସିଛି। ଏହା ସହ ସଂଘର୍ଷ କରୁଥିବା ଶିଶୁର ଜିଭ ହଳଦିଆ ପଡିଯାଇଛି। ଡାକ୍ତର କହିଛନ୍ତି ଯେ ଏହି ରୋଗରେ ରୋଗ ପ୍ରତିରୋଧକ ଶକ୍ତି ହିଁ ଶରୀର ଉପରେ ଆକ୍ରମଣ କରିଥାଏ ଏବଂ ଲାଲ ରକ୍ତ କଣିକା ନଷ୍ଟ କରିବା ଆରମ୍ଭ କରିଦିଏ। ଏହି ରୋଗର କାରଣ ଏପ୍ସଟିନ-ବାର୍ ଭାଇରସ ହୋଇପାରେ।

ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପିଲାଟି ଗଳାରେ ଯନ୍ତ୍ରଣା, ହଳଦିଆ ପରିସ୍ରା, ପେଟ ଯନ୍ତ୍ରଣା ଏବଂ ଚର୍ମ ହଳଦିଆ ହୋଇଯିବାରୁ ତାକୁ କାନାଡାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, ଯେତେବେଳେ ଶିଶୁକୁ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳେ ଜଣ୍ଡିସ ହୋଇଥିବା ଆଶଙ୍କା କରାଯାଇଥିଲା।

ଯାଞ୍ଚ ପରେ ଜଣାପଡିଛି ଯେ ଶିଶୁକୁ ଏନିମିଆ ସହ ଏପ୍ସଟିନ-ବାର୍ ସଂକ୍ରମଣ ମଧ୍ୟ ହୋଇଥିଲା। ଏପ୍ସଟିନ-ବାର୍ ଏକ ଜୀବାଣୁ ଯାହା ସାଧାରଣତଃ ପିଲାମାନଙ୍କୁ ସଂକ୍ରମିତ କରେ। ରକ୍ତଦାନ ଏବଂ ଷ୍ଟେରଏଡ ସାହାଯ୍ୟରେ ପ୍ରାୟ ୭ ସପ୍ତାହ ପର୍ଯ୍ୟନ୍ତ ରୋଗୀରେ ଅନିୟନ୍ତ୍ରିତ ହୋଇଥିବା ପ୍ରତିରକ୍ଷା ପ୍ରଣାଳୀକୁ ନିୟନ୍ତ୍ରିତ କରାଯାଇଥିଲା। ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଜିଭ ରଙ୍ଗ ମଧ୍ୟ ସ୍ୱାଭାବିକ ହୋଇଛି।

ଜଣେ ରୋଗୀ ଏପଷ୍ଟାଇନ୍-ବାର୍ ଭାଇରସରେ ସଂକ୍ରମିତ ହେବା ପରେ କୋଲ୍ଡ ଏଗ୍ଲୁଟିନିନ ରୋଗ ହୁଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଅନୁଯାୟୀ, ଏପରି ଅବସ୍ଥାରେ ଶରୀରରେ ଲାଲ ରକ୍ତ କଣିକା ନଷ୍ଟ ହେବାକୁ ଲାଗେ ଏବଂ ବିଲିରୁବିନ ନାମକ ଏକ ରାସାୟନିକ ପଦାର୍ଥ ତିଆରି ହେବାକୁ ଲାଗିଲା। ଏହି ରାସାୟନିକ କାରଣରୁ ଚର୍ମ ଏବଂ ଜିଭ ହଳଦିଆ ହୋଇଯାଏ। ଏହି ଭାଇରସ ଲାଳ ମାଧ୍ୟମରେ ବ୍ୟାପିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ସିଧାସଳଖ ଆକ୍ରମଣ କରିଥାଏ। ସଂକ୍ରମିତ ରୋଗୀରେ ଥକାପଣ, ହଠାତ୍ ଜ୍ୱର, ଭୋକ କମିବା, ଓଜନ ହ୍ରାସ, ଗଳା ଫୁଲିଯିବା ଏବଂ ଦୁର୍ବଳତା ଭଳି ଲକ୍ଷଣ ଦେଖାଯାଏ।

ଏହାର ଚିକିତ୍ସା ସମ୍ଭବ। ଚିକିତ୍ସା ଆରମ୍ଭ ହେବାର ୨ ରୁ ୪ ସପ୍ତାହ ମଧ୍ୟରେ ରୋଗୀର ଅବସ୍ଥା ସୁଧାରିବା ଆରମ୍ଭ କରେ। ରୋଗୀଙ୍କୁ ଔଷଧ ସହିତ ଅନେକ ଜିନିଷର ଯତ୍ନ ନେବାକୁ ପଡିଥାଏ।

ସଂକ୍ରମିତ ହେଲେ କଣ କରିବେ
ଶରୀରରେ ଜଳ ଏବଂ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିବା ପାଇଁ ତାଜା ରସ ଏବଂ ନଡ଼ିଆ ପାଣି ନେବା ଏକ ଉତ୍ତମ ବିକଳ୍ପ। ଗଳାରେ ଫୁଲା କମାଇବା ପାଇଁ, ଲୁଣ ସହ ଉଷୁମ ପାଣିରେ ଗାର୍ଗଲ୍ କରିବା ଦ୍ୱାରା ଆରାମ ମିଳିଥାଏ। ଶରୀରରେ ଯନ୍ତ୍ରଣା ବଢିଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.