Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ଶାଗୁଣା ପ୍ରଜନନ କେନ୍ଦ୍ର ପାଇଁ ୧୨ଟି ଶାଗୁଣା ଆସୁଛନ୍ତି ନନ୍ଦନକାନନ

25/11/2018 at 12:10 PM

ଭୁବନେଶ୍ବର ୨୫/୧୧: ପରିବେଶକୁ ଦୁର୍ଗନ୍ଧରୁ ରକ୍ଷାକରୁଥିବା ଶାଗୁଣା ବଂଶ ଗତ କିଛିବର୍ଷ ହେଲା ଆଉ ଦେଖିବାକୁ ମିଳୁନାହାନ୍ତି। ଏପରି ବିଲୁପ୍ତପ୍ରାୟ  ପକ୍ଷୀକୁ କୃତ୍ରିମ ଉପାୟରେ ପ୍ରଜନନ କରାଯିବା ନେଇ  ପ୍ରୟାସ ଆରମ୍ଭ ହୋଇଛି ।  କେନ୍ଦ୍ର ଜଙ୍ଗଲ ପରିବେଶ ବିଭାଗ ଦ୍ବାରା କରାଯାଉଥିବା ଏପରି ଏକ ପ୍ରୟାସ ସଫଳ ହେଲେ , ଆଗାମୀ ଦିନରେ ସାଧାରଣ ପରିବେଶରେ  ଶାଗୁଣାଙ୍କୁ  ଦେଖିବାକୁ ମିଳିବ ବୋଲି  ଆଶା କରାଯାଉଛି।  ଏଥିନେଇ  ନନ୍ଦନକାନନ ଅଧୀନରେ ଥିବା ରାଜ୍ୟଉଦ୍ଭିଦ ଉଦ୍ଦ୍ୟାନରେ  ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରସ୍ତୁତି ହୋଇ ସାରିଛି।  ଏହି କେନ୍ଦ୍ରକୁ  ମଧ୍ୟପ୍ରଦେଶ ଗ୍ବାଲିୟର  ଗାନ୍ଧୀ ଚିଡିଆଖାନାରୁ  ୧୨ଟି ମଧ୍ୟ ବୟଷ୍କ  ଶାଗୁଣା ଏଠାକୁ  ଆସୁଛନ୍ତି।

କୁହାଯାଉଛି  ପରିବେଶକୁ ପରିସ୍କାର କରୁଥିବା ଶାଗୁଣା ପକ୍ଷୀ ଗତ ୧୯୯୯ ମହାବାତ୍ୟା ପରଠାରୁ  ଆଉ ଦେଖାଯାଉ ନାହାନ୍ତି।  ଏଥିନେଇ ପରିବେଶବିତ୍ , ପରିବେଶ ବିଭାଗ ଚିନ୍ତିତ ହୋଇ ପଡିଛନ୍ତି।  ତେବେ ଏପରି ହିତକାରୀ  ପକ୍ଷୀକୁ  ପରିବେଶରେ ପୁନଃ ପ୍ରଚଳନ କରିବା ପାଇଁ  କୃତ୍ରିମ ଉପାୟ ଅବଲମ୍ବନ କରି ଏହାର ପ୍ରଜନନ ପାଇ ପ୍ରୟାସ ହୋଇଛି।  ଏନେଇ ଗତ ୨୦୦୮-୦୯ ମସିହାରେ  ନନ୍ଦନକାନନ କତୃପକ୍ଷଙ୍କ ଉଦ୍ୟମ କ୍ରମେ  ପ୍ରାୟ ୭୦ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତାରେ  ଏଠାରେ ଥିବା ରାଜ୍ୟଉଦ୍ଭିଦ ଉଦ୍ଦ୍ୟାନରେ ଏକ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମ।ଣ ସରିଛି। ଏଥିପାଇଁ ଶାଗୁଣା ଶାବକ ମିଳୁନଥିବା କାରଣରୁ ଏହି ପ୍ରଜନନ କେନ୍ଦ୍ର  ଚାଲିବାରେ ବିଳମ୍ବ ହୋଇ  ପଡିରହିଥିଲା।

ତେବେ କେନ୍ଦ୍ରୀୟ ଚିଡିଆଖାନା ଗତ ୧୫ ଦିନ ତଳେ  ଗ୍ବାଲିୟର ଚିଡିଆଖାନାରୁ ୬ହଳ ଲଙ୍ଗବିଲଡି  ଶାଗୁଣା ଯୋଗାଇ ଦେବାକୁ  ନନ୍ଦନକାନନ କତୃପକ୍ଷଙ୍କୁ ପତ୍ର ପଠାଇବା ପରେ ୨୦ତାରିଖରେ ୭ ଜଣିଆ ଟିମ୍ ଗ୍ବାଲିୟର ଅଭିମୁଖେ ଯାତ୍ରା କରିଥିଲେ।  ଆସନ୍ତା  ୨୮ ତାରିଖରେ ୬ ହଳ ଶାଗୁଣାକୁ ସାଥିରେ ଧରି ନନ୍ଦନକାନନରେ ପହଂଚିବେ ବୋଲି ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।

ପୁର୍ବରୁ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ନନ୍ଦନକାନନରେ  ୬ଟି ଶାଗୁଣା ରହିଛନ୍ତି। ଏମାନଙ୍କ ମଧ୍ୟରେ ୩ଟି ସିନିରିୟସ ଭଲଚର, ଦୁଇଟି  ହ୍ବାଇଟବକଡ ଭଲଚର,ଗୋଟିଏ   ଲଙ୍ଗବିଲଡ ଭଲଚର ଏଠାରେ ରହିଛନ୍ତି। ପର୍ଯ୍ୟଟକଙ୍କୁ ଦେଖେଇବା ପାଇଁ ଏମାନଙ୍କୁ ଖୁଆଡରେ ରଖାଯାଇଛି।  ତେବେ ଆସୁଥିବା ଭଲଚରଗୁଡିକୁ ପର୍ଯଟକଙ୍କ  ପାଇଁ ଉଧିଷ୍ଟ ହୋଇ ପାରିବ ନାହିଁ। ଏମାନଙ୍କ  ସଂଖା ଆଶାତୀତ ଭାବେ ବୃଦ୍ଧି ପାଇଲେ ଏମାନଙ୍କୁ  ଖୋଲା ପରିବେଶରେ ଛଡା ଯିବା ନେଇ ଯୋଜନା ହୋଇଛି।

 

   Related Posts