Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆମେରିକାରେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା : PFIZER BIONTECHକୁ FDAର ମଞ୍ଜୁରୀ

11/05/2021 at 11:09 AM

ଆମେରିକା ୧୧/୫ : କରୋନାରେ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଭାଇରସ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର । କିନ୍ତୁ ଏବେ କରୋନାକୁ ମାତ୍ ଦେବାକୁ ଆମେରିକା ସରକାର ସବୁ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହାକୁ ମୁକାବିଲା ଲାଗି ଆହୁରି ବଡ ବଡ ପଦକ୍ଷେପମାନ ନିଆଯାଉଛି । ଏଣିକି ୧୨ ରୁ ୧୫ ବର୍ଷର ପିଲୀାଙ୍କୁ ଟିକାକରଣ ଲାଗି ନିଷ୍ପତ୍ତି ହୋଇଛି । ଫାଇଜରର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଏହାକୁ ଅନୁମତି ଦେଇଛି ।

ସୂଚନାଯୋଗ୍ୟ, ଆମେରିକାରେ କରୋନା ଭାଇରସଜନିତ ମୃତ୍ୟୁ ୬ ଲକ୍ଷ ନିକଟତର ହୋଇଛି । ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୧୨ ହଜାର ୭୦୫ରେ ପହଂଚିଛି । ଦେଶରେ ୫ ଲକ୍ଷ ୯୬ ହଜାର ୧୬୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୬୫ ଲକ୍ଷ ୨ ହଜାର ୯୧୬ ଲୋକ ସୁସ୍ଥ ହୋଇଥିବା ବେଳେ ୬୪ ଲକ୍ଷ ୧୩ ହଜାର ୬୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୯୪୪ ଜଣ ଗୁରୁତର ଅଛନ୍ତି ।

   Related Posts