Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବାର୍ଡ ଫ୍ଲୁ ଆତଙ୍କ : ଆଜିଠୁ କୁକୁଡା ମରା ଅଭିଯାନ ଆରମ୍ଭ, ୧୨ଟି ଟିମ୍ ନିୟୋଜିତ

28/01/2020 at 9:12 AM

ଭୁବନେଶ୍ବର ୨।୧: ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ । ଓୟୁଏଟି କ୍ୟାମ୍ପସରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା । ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରିଥିଲେ ।

ନାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ କୁ ପରୀକ୍ଷା ପାଇଁ ସାମ୍ପଲ ପଠାଯାଇଥିଲା । ଏହି ସାମ୍ପଲରେ ବାର୍ଡ ଫ୍ଲୁ ଥିବା ଜଣାଯାଇଛି । ଟେଷ୍ଟିଂ ଲ୍ୟାବରୁ ରିପୋର୍ଟ ପିଜିଟିଭ୍ ଆସିବା ପରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୁକୁଡା ଫାର୍ମ ଚାରିପାଖରେ ବିଶୋଧକ ଦିଆଯିବା ସହ ସଫାସୁତୁରା କରାଯାଇଛି । ଲୋକମାନଙ୍କୁ ବାର୍ଡ ଫ୍ଲୁ ସମ୍ପର୍କରେ ସଚେତନତା କରିବା ପାଇଁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପଦକ୍ଷେପ ନେଇଥିବା ଜଣାପଡିଛି ।

ଆଜିଠାରୁ ଓୟୁଏଟି ଠାରୁ ୧ କିଲୋମିଟର ଭିତରେ କୁକୁଡା ମରା ଅଭିଯାନ ଆରମ୍ଭ ହେବ । କୁକୁଡ଼ା ମରାଯାଇ ଗଭୀର ଗାତ ଖୋଳି ପୋତିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁକୁଡ଼ା ମରା ପାଇଁ ୧୨ଟି ଟିମ୍ ଗଠନ କରାଯାଇଛି । ୭ଟି ଟିମ୍ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବେ, ଅନ୍ୟ ୫ଟି ଟିମକୁ ଏହାକୁ ଜଗିବେ ।

   Related Posts