ବିଜେପିର ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

Published By : Prameya-News7 Bureau | December 18, 2018 IST

ବାରିପଦା ୧୮|୧୨: ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ରାଜ୍ୟର ୭ଟି ବିଶ୍ବବିଦ୍ୟାଳୟକୁ ୟୁପିଏସସି ପାଠ୍ୟକ୍ରମ ପାଇଁ ଚୟନ କରା ଯାଇଥିବା ବେଳେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟକୁ ଏଥିରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୨୨୦ ଡାକ୍ତର ପଦବୀ ଫାଙ୍କା ପଡିଛି। ସେଗୁଡିକୁ ପୂରଣ କରିବା ପରିବର୍ତ୍ତେ ୪୬ ଡାକ୍ତରଙ୍କୁ ବଦଳି କରାଯାଇଛି। ଯାହାଫଳରେ ଜିଲ୍ଲାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

{"id":64880}

ବିଜେପି କର୍ମୀ ମାନେ ୧୮ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି। ସେହିପରି ଦଳୀୟ କର୍ମୀ ମାନେ ସହର ଭିତରେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.