ଟ୍ୟୁସନ୍ ସେଣ୍ଟର୍ ବାହାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ୩ ଅଭିଯୁକ୍ତ ଫେରାର୍
25/11/2020 at 12:44 PM

ଅଲବର ୨୫/୧୧ : ରାଜସ୍ଥାନ ଅଲବର ଜିଲ୍ଲାରେ ମହିଳା ବିରୋଧୀ ଅପରାଧ ଥମିବାର ନାଁ ନେଉନାହିଁ। ଅଲବରରୁ ଲଗାତାର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ପୁଣିଥରେ ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ତିଜାରା ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ୩ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଜଣାପଡିଛି। ଘଟଣା ପରେ ଛାତ୍ରୀଙ୍କ ମାନସିକ ସ୍ଥିତି ହରାଇବସିଥିଲେ। ଯେଉଁଥିପାଇଁ ସେ ୧୦ ଦିନ ଯାଏଁ ସେ ଘରଲୋକଙ୍କୁ କିଛି କହିପାରିନଥିଲେ। ପରେ ତାଙ୍କ ମାନସିକ ସ୍ଥିତି ଭଲ ହେବାପରେ ଘରଲୋକଙ୍କୁ ସବୁ କଥା କହିଥିଲେ। ମାମଲା ଜାଣିବା ପରେ ଘରଲୋକ ଥାନାକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ୩ ଅଭୁଯୁକ୍ତ ଫେରାର ଅଛନ୍ତି। ପୋଲିସ ସେମାନଙ୍କୁ ଖୋଜୁଛି କିନ୍ତୁ ଏବେ ସୁଦ୍ଧା କିଛି ସୁରାକ ପାଇନାହିଁ।
ତିଜାରା ଥାନା ଅଧିକାରୀ ଜିତେନ୍ଦ୍ର ନାବରିୟା କହିଛନ୍ତି ଯେ ପୀଡିତାଙ୍କ ପିତା ରୁଜ୍ଜୁ କରିଥିବା ମାମଲା ଅନୁଯାୟୀ, ତାଙ୍କର ୧୭ ବର୍ଷୀୟ ଝିଅ ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି। ନଭେମ୍ବର ୧୧ ତାରିଖରେ ଟ୍ୟୁସନ କରିବାକୁ ସେ ତିଜାରା ଆସିଥିଲେ। ସେତେବେଳେ ପୀଡିତାଙ୍କ ପାଖକୁ ଗାଁର ହିଁ ନବୀନ ନାମକ ଯୁବକ ଆସିଥିଲା। ସେ କହିଥିଲା ତାଙ୍କ ପିତା ତାଙ୍କୁ ଡାକୁଛନ୍ତି। ପୀଡିତା ଟ୍ୟୁସନ ସେଣ୍ଟରରୁ ବାହାରକୁ ଆସିବା ପରେ ନବୀନ ଓ ତାର ସାଥି କମଲ ସିଂହ ତାଙ୍କ ପାଟି ବନ୍ଦ କରି ତାଙ୍କୁ ବାଇକ୍ରେ ବସାଇ ନେଇଯାଇଥିଲେ। ରାସ୍ତାରେ ତାଙ୍କୁ ଚରତ ସିଂହ ଥିଲା।
୩ ଯୁବକ ପୀଡିତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେଷ ଏହାପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଧମକ ଦେଇଥିଲେ ଯେ ଏ ସମ୍ପର୍କରେ କାହାକୁ କହିଲେ ତାଙ୍କ ପିତାଙ୍କୁ ଜୀବନରେ ମାରିଦେବେ। ଘଟଣା ପରେ ପୀଡିତା ମାନସିକ ସନ୍ତୁଳନ ହରାଇ ବସିଥିଲେ ଓ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା। ୧୨ ତାରିଖରେ ତାଙ୍କୁ ଅଲବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୬ ତାରିଖ ଯାଏଁ ସେ ହସ୍ପିଟାଲରେ ରହିଲେ। ୨୨ ତାରିଖରେ ତାଙ୍କ ମାନସିକ ଓ ଶାରୀରିକ ସ୍ଥିତି ଟିକେ ସୁଧୁରିବା ପରେ ସେ ନିଜ ଘରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ପୀଡିତାଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜ୍ଜୁ କରାଯାଇଛି। ତିଜାରା ପୋଲିସ ଉପାଧ୍ୟକ୍ଷ କୁଶାଲ ସିଂହ ମାମଲାର ତଦନ୍ତ କରୁଛନ୍ତି।