Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଖେଳରତ୍ନ ପାଇବେ ଓଡ଼ିଶାର ପ୍ରମୋଦ ଭଗତ, ୧୨ ଜଣଙ୍କୁ ମିଳିବ ପରୁସ୍କାର

2/11/2021 at 9:45 PM

ନୂଆଦିଲ୍ଲୀ, ୦୨/୧୧: ଭାରତ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ ଓଡ଼ିଶାର ପ୍ରମୋଦ ଭଗତ । ଟୋକିଓ ପାରାଅଲିମ୍ପିକ୍ସରେ ସୁନା ପଦକ ଜିତିଥିବା ପ୍ରମୋଦଙ୍କୁ ଖେଳରତ୍ନ ଦେବା ପାଇଁ କମିଟି ପୂର୍ବରୁ ସୁପାରିଶ କରିଥିଲା । ଖେଳରତ୍ନ ପାଇବାରେ ସେ ପ୍ରଥମ ଓଡ଼ିଆ । ମୋଟ ୧୨ ଜଣ ଖେଳରତ୍ନ ପାଇବା ନେଇ ଜଣାପଡ଼ିଛି ।

ପୂର୍ବରୁ ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରିଥିଲା ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି । ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍‌ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମକୁ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଥିଲା । ସୁନୀଲ୍‌ ଛେତ୍ରୀ, ମିତାଲି ରାଜ୍‌, ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ଦିଆଯିବା ନେଇ ଜଣାପଡ଼ିଛି ।

ନ୍ୟାଶନାଲ୍‌ ସ୍ପୋର୍ଟସ୍‌ ଆୱାର୍ଡ କମିଟି ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଥିଲା ।

   Related Posts