Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିରୋଧୀଙ୍କୁ ଝଟକା, କଂଗ୍ରେସର ଛଅ ସମେତ ୧୨ ସାଂସଦ ରାଜ୍ୟସଭାରୁ ନିଲମ୍ବିତ

29/11/2021 at 5:04 PM

ନୂଆଦିଲ୍ଲୀ ୨୯।୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳର ୧୨ ସାଂସଦ ରାଜ୍ୟସଭାରୁ ନିଲମ୍ବିତ। ଏହି ୧୨ ସାଂସଦଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏଥିରେ କଂଗ୍ରେସର ଛଅ, ଟିଏମସି ଓ ଶିବସେନାର ଦୁଇ ଦୁଇ ଜଣ ସାଂସଦ ଥିବା ବେଳେ ସିପିଏମ ଓ ସିପିଆଇର ଜଣେ ଲେଖାଏଁ ସାଂସଦ ସାମିଲ୍।

ଏମାନେ ହେଉଛନ୍ତି ସେହି ସାଂସଦ ଯେଉଁମାନେ ଗତ ଅଧିବେଶନରେ କୃଷକ ଆନ୍ଦୋଳନ ଏବଂ ଅନେକ ପ୍ରସଙ୍ଗରେ ସଂସଦର ଉଚ୍ଚ ସଦନରେ ଖୁବ୍ ହଙ୍ଗାମା କରିଥିଲେ। ଏହି ସମୟରେ ସାଂସଦମାନେ ଉପ ସଭାପତି ହରିବଂଶଙ୍କ ଉପରକୁ କାଗଜ ଫିଙ୍ଗିଥିଲେ ଏବଂ ଗୃହ କର୍ମଚାରୀଙ୍କ ସାମ୍ନାରେ  ରଖାଯାଇଥିବା ଟେବୁଲ୍ ଉପରେ ଚଢି ଉତ୍ପାତ କରିଥିଲେ। ଏହି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏହା ଉପରେ ରାଜ୍ୟସଭାର ଅଧ୍ୟକ୍ଷ  ଏମ ଭେଙ୍କେୟା ନାଇଡୁଙ୍କୁ  ନିଷ୍ପତ୍ତି ନେବାର ଥିଲା।

ସୋମବାର ଯେତେବେଳେ ସଂସଦର ଅଧିବେଶନ ଆରମ୍ଭ ହେଲା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଏହା ଉପରେ ନିଷ୍ପତ୍ତି ଶୁଣାଇଛନ୍ତି। ଉଲ୍ଲେଖନୀୟ ରାଜ୍ୟସଭାରେ ଏହି ସବୁ ବିରୋଧୀ ସାଂସଦଙ୍କ ଅମର୍ଯ୍ୟାହୀନ ବ୍ୟବହାରକୁ ନେଇ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଭାବୁକ ହୋଇ ପଡିଥିଲେ। ଏଥିପାଇଁ ଆଶା କରାଯାଉଥିଲା ଯେ, ସଭାପତି ଏହି ବିଷୟରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେବେ।

କଂଗ୍ରେସର ଏହି ଛଅ ସାଂସଦ ନିଲମ୍ବିତ

କଂଗ୍ରେସର ଯେଉଁ ଛଅ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେମାନଙ୍କ ମଧ୍ୟରେ ଫୁଲୋ ଦେବୀ ନେତାମ, ଛାୟା ବର୍ମା, ଆର ବୋରା, ରାଜମଣି ପଟେଲ୍, ସୈୟଦ ନାସିର ହୁସେନ ଓ ଅଖିଳେଶ ପ୍ରତାପ ସିଂହ ସାମିଲ୍।

କଂଗ୍ରେସର ସାଂସଦଙ୍କ ବ୍ୟତୀତ ସିପିଏମର ଏଲମରମ କରିମ, ସିପିଆଇର ବିନୟ ବିଶ୍ଵମ, ଟିଏମସିର ଶାନ୍ତା ଛେତ୍ରୀ ଓ ଡୋଲା ସେନ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ୍ ଦେଶାଇଙ୍କୁ ମଧ୍ୟ ରାଜ୍ୟସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି।

   Related Posts