Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ନକଲି ଦସ୍ତାବିଜ ମାମଲାରେ ୧୨ କନେଷ୍ଟବଳ ବରଖାସ୍ତ: ଚାକିରୀ ପାଇବାକୁ ଦେଇଥିଲେ ଫେକ୍ ଡ୍ରାଇଭିଙ୍ଗ ଲାଇସେନ୍ସ

15/11/2021 at 3:29 PM

ନୂଆଦିଲ୍ଲୀ ୧୫/୧୧ : ଦିଲ୍ଲୀ ପୋଲିସ ନିଜର ୧୨ ପୋଲିସକର୍ମୀଙ୍କୁ ବିଭାଗୀୟ ଯାଞ୍ଚ ପରେ ବରଖାସ୍ତ କରାଯାଇଛି । ଏହି କର୍ମୀମାନେ ପିସିଆର ଡ୍ରାଇଭର ଚାକିରୀ ପାଇବାକୁ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ବ୍ୟବହାର କରିଥିଲେ। ବରଖାସ୍ତ ହୋଇଥିବା ଏହି ସମସ୍ତ ପୋଲିସକର୍ମୀ ୨୦୦୭ରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ଦସ୍ତାବିଜ ଯାଞ୍ଚ କରିବାକୁ ବିଭାଗକୁ ୧୪ ବର୍ଷ ଲାଗିଥିଲା। ଆଗାମୀ ଦିନରେ ଆହୁରି ଅନେକ ପୋଲିସକର୍ମୀଙ୍କ ବିରୋଧରେ ମଧ୍ୟ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ୨୦୦୭ରେ କନେଷ୍ଟବଳ ପଦବୀରେ ଡ୍ରାଇଭର ପାଇଁ ଖବରକାଗଜରେ ବିଜ୍ଞାପନ ଦେଇଥିଲା। ସେତେବେଳେ ୬୦୦ ରୁ ଅଧିକ ଡ୍ରାଇଭରଙ୍କୁ ଭର୍ତ୍ତି କରାଯାଇଥିଲା। କିଛି ଦିନ ସବୁ ଠିକଠାକ ଚାଲିଥିଲା। କିନ୍ତୁ ୨୦୧୨ ରେ ସୁଲତାନ ସିଂହ ନାମକ ଜଣେ ବ୍ୟକ୍ତି କନେଷ୍ଟବଳ (ଡ୍ରାଇଭର) ପଦବୀ ପାଇଁ ଆବେଦନ କରିଥିଲେ। ସେ ନିଜ ଦସ୍ତାବିଜରେ ମଥୁରାର ଡ୍ରାଇଭିଙ୍ଗ ଲାଇସେନ୍ସ ଦେଇଥିଲେ। ପୋଲିସ ଦସ୍ତାବିଜ ଯାଞ୍ଚ କରିବାରୁ ମଥୁରା ଆରଟିଓରେ ତାଙ୍କର କୌଣସି ରେକର୍ଡ ମିଳିନଥିଲା।

ସୁଲତାନ ସିଂହର ଠକାମୀ ଧରାପଡ଼ିବା ପରେ ଅଧିକାରୀ ସବୁ ଖେଳ ବୁଝି ପାରିଥିଲେ। ଦିଲ୍ଲୀ ପୋଲିସ ଅଧିକାରୀଙ୍କ ସନ୍ଦେହ ପରେ ୨୦୦୭ ରେ ଭର୍ତ୍ତି ହୋଇଥିବା ୮୧ ପ୍ରାର୍ଥୀଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଯାଞ୍ଚ କରାଯାଇଥିଲା। କ୍ରାଇମବ୍ରାଞ୍ଚ ମାମଲାର ଯାଞ୍ଚ କରିଥିଲା। ବିଭାଗୀୟ ତଦନ୍ତ ପରେ ୨୦୧୯ ରେ ଜଣାପଡିଥିଲା ଯେ ଦିଲ୍ଲୀ ପୋଲିସରେ ଭର୍ତ୍ତି ହୋଇଥିବା ୩୧ କନେଷ୍ଟବଳଙ୍କ ରେକର୍ଡ ମଥୁରା ଆରଟିଓ ଡାଟାବେସରେ ନାହିଁ।

ଏହାପରେ ୧୨ କନେଷ୍ଟବଳଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରାଯାଇଛି। ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ମାମଲାରେ ଏମାନଙ୍କୁ ବରଖାସ୍ତ କରାଯାଇଛି। ସୂତ୍ର ଅନୁଯାୟୀ, ଏବେ ମଧ୍ୟ ଅନେକ କନେଷ୍ଟବଳଙ୍କ ଦସ୍ତାବିଜ ତଦନ୍ତ ଜାରି ରହିଛି। ଯଦି ଆଗକୁ ଆଉ କାହାର ଦସ୍ତାବିଜ ନକଲି ଥିବା ଜଣାପଡେ ତାହେଲେ ସେମାନଙ୍କୁ ମଧ୍ୟ ବରଖାସ୍ତ କରାଯିବ।

   Related Posts