Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଅଗ୍ନିଶମ ବାହିନୀର ୧୨ଜଣ କରୋନା ପଜିଟିଭ୍‌, ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ

9/06/2020 at 2:48 PM

ଭୁବନେଶ୍ୱର ୦୯।୦୬:  ଓଡିଶା ଅଗ୍ନିଶମ ବିଭାଗର ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ଅଗ୍ନିଶମ ସଂସ୍ଥାର ୩୭୨ଜଣ କର୍ମଚାରୀ କୋଲକାତା ଏବଂ ହାୱଡା ମହାନଗରରେ ଅମ୍ଫାନ ପୁନରୁଦ୍ଧାର କାମ ସାରି ଫେରିବା ପରେ ସମସ୍ତେ କ୍ବାରାଣ୍ଟାଇନରେ ଅଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣ ଫାୟାର୍ ମ୍ୟାନ୍ ଙ୍କର ସ୍ୱାବ୍  ସଂଗ୍ରହ କରାଯାଇଥିଲା । ଏଭିତରୁ ୧୨ଜଣଙ୍କ ନମୁନା ପଜିଟିଭ ଆସିଛି ।

ସେହିପରି ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟରେ ମୁତୟନ ଥିବା କଟକ ମୁଣ୍ଡଳୀ ସ୍ଥିତ  NDRF ଏବଂ ODRAFର ମୋଟ ୬୧ ଜଣ ଯବାନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ NDRF ଯବାନଙ୍କ ଚିକିତ୍ସା କଟକ ଅଶ୍ବନୀ ହସପିଟାଲ୍ ରେ ଚାଲିଛି । ବାତ୍ୟା ଅମ୍ଫାନ ବେଳେ  NDRFର ୧୬୭ ଜଣ  ଯବାନ ପଶ୍ଚିମବଙ୍ଗ ଯାଇ ବାତ୍ୟା ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସମସ୍ତ ୧୬୭ ଯବାନ କ୍ବାରେଣ୍ଟାଇନ୍ ରେ ଥିଲେ ।

   Related Posts