ଜଙ୍ଗଲୀ କନ୍ଦା ଖାଇ ୫ ପରିବାର ଅସୁସ୍ଥ: ଖୋଳିବା ପରେ ଭାଗବାଣ୍ଟ କରି ଖାଇଥିଲେ ୧୨ ଜଣ

Published By : Prameya-News7 Bureau | January 07, 2021 IST

କନ୍ଧମାଳ୭/୧: କନ୍ଦା ଖାଇ ୧୨ ଜଣ ଅସୁସ୍ଥ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମାଲିପଡା ଅଞ୍ଚଳର ୫ଟି ପରିବାର ଏହି ଜଙ୍ଗଲି କନ୍ଦା ଅସୁସ୍ଥ ହୋଇପଡିଛନ୍ତି।ଜଙ୍ଗଲରୁ କନ୍ଦା ଖୋଳିବା ପରେ ଭାଗବାଣ୍ଟ କରି ଅଳ୍ପ ଅଳ୍ପ ଖାଇଥିଲେ। ତେବେ କିଛି ସମୟ ପରେ ଜଣ ଜଣ କରି ସମସ୍ତଙ୍କ ଦେହ କୁଣ୍ଡାଇ ହୋଇଥିଲା।

କିଛି ଲୋକ ବାନ୍ତି କରିବା  ପରେ ସଙ୍ଗେ ସଙ୍ଗେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଅସୁସ୍ଥ ଲୋକଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୬ ମହିଳା ଏବଂ ୬ ପୁରୁଷ ଅଛନ୍ତି। ଅସୁସ୍ଥମାନେ ହେଲେ ସୁମନ୍ତ ବାଢିଆ, ପ୍ରଶାନ୍ତ ବାଢିଆ, ସାଇନ୍ଦ୍ରୀ ବାଢିଆ, ପ୍ରେମସିଲା ବାଢିଆ, ଶୁଭଦ୍ରା ବାଢି଼ଆ, ସଂଗୀତା ବାଢିଆ, ଗୁଲାପି ବାଢିଆ। ବର୍ତ୍ତମାନସୁଦ୍ଧା ସମସ୍ତ ଅସୁସ୍ଥ ଲୋକେ ଭଲ ଥିବା ଜଣା ପଡ଼ିଛି। ତୁମୁଡିବନ୍ଧ ସରପଞ୍ଚ , ଜିସୟା ମଣ୍ଡଳ, ବେଳାରସନ ପରାସେଥ, ବାବୁଚେନ ମଣ୍ଡଳ ସମସ୍ତ ଗୁରୁତର ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାରେ ସାହାଯ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.