କରୋନାର ଭୟଙ୍କର ଚିତ୍ର : ମୃତ୍ୟୁମୁଖରେ ଗୋଟିଏ ପରିବାରର ୧୨ଜଣ

Published By : Prameya-News7 Bureau | March 27, 2020 IST

ମୁମ୍ବାଇ ୨୭/୩: କରୋନା ଭାଇରସ ଲକଡାଉନ୍ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୧୩୦ଜଣ ସଂକ୍ରମିତଙ୍କ ମାମଲା ସାମନାକୁ ଆସିଛି। କୋଲ୍ହାପୁରରେ ଏପରି ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ୧୨ଜଣ ବ୍ୟକ୍ତି କୋଭିଡ-୧ ଭାଇରସ୍ ପଜିଟିଭ ଥିବା ଜଣା ପଡ଼ିଛି। ଘରର ୪ଜଣ ସଦସ୍ୟ ହଜ କରିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେହି ୪ଜଣଙ୍କଠୁ ଅନ୍ୟ ସଦସ୍ୟଙ୍କୁ ଏହା ସଂକ୍ରମିତ ହୋଇଥିଲା।

ସୂଚନା ଅନୁଯାୟୀ ସାଙ୍ଗଲି ଜିଲ୍ଲାର ଇସଲାମପୁର ଗାଁରେ ରହୁଥିବା ଏହି ପରିବାରର ୪ଜଣ ସଦସ୍ୟ ହଜରୁ ଫେରିଥିଲେ। ଫେରିବା ପରେ ପରିବାରର ୪ଜଣ ସଦସ୍ୟଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଯାଞ୍ଚ ପରେ ମାର୍ଚ୍ଚ ୨୩ତାରିଖରେ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଲା। ମାର୍ଚ୍ଚ ୨୫ତାରିଖରେ ପରିବାରର ଅନ୍ୟ ୫ଜଣଙ୍କ ଯାଞ୍ଚ କରାଯାଇଥିଲା। ଏମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଲା। ଏହା ପରେ ପରିବାରର ୩ବାକି ସଦସ୍ୟଙ୍କୁ ଡକାଯାଇଥିଲା, ଯେଉଁମାନେ ପଜିଟିଭ ଥିବା ଜଣା ପଡ଼ିଥିଲା। ଏହିପରି ଗୋଟିଏ ପରିବାରର ୧୨ଜଣ ଭୟଙ୍କର କରୋନା ଭାଇରସର ସଂକ୍ରମଣରେ ଆସିଛନ୍ତି।

 ଏପରି ପରିସ୍ଥିତିରେ ସାଙ୍ଗଲି ଜିଲ୍ଲାର ସିଭିଲ୍ ସର୍ଜନ୍ କହିଛନ୍ତି ଯେ ଏହି ପରିବାରର ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ଏବେ ସାମ୍ପଲ୍ ନିଆଯାଉଛି। ଏମାନଙ୍କ ରିପୋର୍ଟ ଆଜି ଆସିବ। ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ କରୋନାର ଏହି ଚେନ୍ ଆହୁରି ଲମ୍ବା ହୋଇପାରେ। ଅର୍ଥାତ୍ ଏହି ଗାଁର ଆହୁରି ଲୋକ ଏଥିରେ ସଂକ୍ରମିତ ହୋଇଥାଇପାରନ୍ତି। ଏହା ବ୍ୟତୀତ ଡାକ୍ତର ପରିବାରର ସମସ୍ତ ସମ୍ପର୍କୀୟଙ୍କୁ ଅଲଗା ଅଲଗା ରଖିଛନ୍ତି। ଏବେ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପି ସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.