ଲୁହାଛଡ ବୋଝେଇ ଟ୍ରଲରକୁ ଧକ୍କା ଦେଲା ବସ୍, ୧୨ ଯାତ୍ରୀ ମୃତ

Published By : Prameya-News7 Bureau | June 10, 2019 IST

ଚମ୍ପାରଣ ୧୦।୬:  ବିହାର ଓ ଝାରଖଣ୍ଡ ସୀମା ଚମ୍ପାରଣ ଥାନା ଅଞ୍ଚଳରେ ଘଟିଛି  ମର୍ମନ୍ତୁଦ ବସ୍ ଦୁର୍ଘଟଣା। ଗୁମଲାରୁ ଯାତ୍ରୀଙ୍କୁ ନେଇ ଗୟା  ରାସ୍ତାରେ ପାଟନା ମୁସୌଢୀକୁ  ଯାଉଥିବା ଏକ ଯାତ୍ରୀବାହୀ ବସ୍ ଲୁହା ଛଡ ବୋଝେଇ ଟ୍ରଲରକୁ ପଛରୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ବସ୍ ର ବାମ ପଟ ଡୋର ପର୍ଯ୍ୟନ୍ତ ବସିଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ଘଟଣାସ୍ଥଳରେ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଚମ୍ପାରଣ, ହଜାରୀବାଗ ଓ ରାଞ୍ଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ମହାରାଣୀ ନାମକ ଏହି ବସ୍ ସୋମବାର  ଭୋର ସମୟରେ ବ୍ରେକ୍ ଫେଲ ହେବା ଯୋଗୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଡ୍ରାଇଭର ବସ୍କୁ ନିୟନ୍ତ୍ରଣ କରି ନପାରିବାରୁ ଟ୍ରଲର ସହ ଧକ୍କା ଲାଗିଥିଲା। ଦୁର୍ଘଟଣାବେଳେ ବସ୍ ର ଅଧିକାଂଶ ଯାତ୍ରୀ ନିଦରେ ଶୋଇଥିଲେ। ଫଳରେ ଯାତ୍ରୀଙ୍କ ମୃ୍ତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।  ମୃତାହତଙ୍କ ମଧ୍ୟରୁ ଅଧିକାଂଶ ବିହାର ଗୟାର  ବୋଲି ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.