Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଅଯୋଧ୍ୟାରେ ବଡ ଦୁର୍ଘଟଣା: ସରଜୁ ନଦୀରେ ସ୍ନାନ ବେଳେ ଭାସିଗଲେ ଗୋଟିଏ ପରିବାରର ୧୨ ସଦସ୍ୟ, ୬ ମୃତ

9/07/2021 at 6:47 PM

ଅଯୋଧ୍ୟା ୦୯/୦୭ : ଅଯୋଧ୍ୟାରେ ଶୁକ୍ରବାର ଦିନ ଏକ ବଡ ଦୁର୍ଘଟଣା ଘଟିଛି। ସରଜୁ ନଦୀରେ ସ୍ନାନ କଲା ବେଳେ ଗୋଟିଏ ପରିବାରର ୧୨ ଜଣ ବୁଡି ଯାଇଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମିଳିଥିବା ସୂଚନା ଅନୁସାରେ ଉଦ୍ଧାରକାରୀ ଦଳ ୬ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି। ଏହା ସହ ଅନ୍ୟ ୩ ଜଣ ଗୁରୁତର ଥିବା ବେଳେ ୩ ଜଣ ଏବେ ବି ନିଖୋଜ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ଜାଣିବା ପରେ ଅଧିକାରୀମାନଙ୍କୁ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁପ୍ତାର ଘାଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଆଗ୍ରା ସିକନ୍ଦରାରୁ ଅଯୋଧ୍ୟା ବୁଲିବାକୁ ଆସିଥିଲେ। ସରଜୁ ନଦୀରେ ବୁଡି ଯାଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଅଧିକାରୀଙ୍କ ଟିମ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ।

ସ୍ନାନ ସମୟରେ ପାଣିର ପ୍ରଖର ସ୍ରୋତରେ ପ୍ରଥମେ ଦୁଇଜଣ ଭାସି ଯାଇଥିଲେ। ଏହାପରେ ପରସ୍ପରକୁ ରକ୍ଷା କରିବାକୁ ଯାଇ ୧୨ ଜଣ ଭାସିଯାଇଥିଲେ । ଲୋକଙ୍କ ପାଟି ଶୁଣି ଆଖପାଖ ଲୋକ ପୋଲିସ ପ୍ରଶାସନକୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା।

ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଭାସି ଯାଇଥିବା ଲୋକଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କୁହାଯାଉଛି ଯେ ପରିବାରର ୧୫ ଜଣ ସ୍ନାନ କରୁଥିଲେ। ୩ ଜଣ ପହଁରି ନିଜକୁ ରକ୍ଷା କରିଥିଲେ। ଉଦ୍ଧାର କରାଯାଇଥିବା ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏସପି ସର୍ବେଷ ପାଣ୍ଡେ ନିଜେ ଡଙ୍ଗାରେ ବସି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

   Related Posts