ପୁରୀରେ ହିଂସାକାଣ୍ଡ ଘଟଣା : ଆଉ ୧୨ଜଣକୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 06, 2018 IST

ପୁରୀ ୬|୧୦:  ପୁରୀ ହିଂସାକାଣ୍ଡ ଘଟଣାରେ ପୁଣି ୧୨ଜଣଙ୍କୁ ଉଠାଇନେଇଛି ପୋଲିସ । ସିସିଟିଭି ଆଧାରରେ ସେମାନଙ୍କୁ ପୁଲିସ ଉଠାଇନେଇଛି । ସମସ୍ତ ୧୨ ଜଣ ଧୂଳିଆ ଗୁମାସ୍ତା ବୋଲି ଜଣାପଡିଛି । ତେବେ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୧ଜଣଙ୍କୁ ପୋଲିସ ଗିରଫ କରିସାରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । ଯାଞ୍ଚ ହୋଇଥିବା ସିସିଟିଭି ଫୁଟେଜରୁ ପ୍ରାୟ ୧୦ରୁ ୧୫ଜଣଙ୍କୁ ପୋଲିସ ଚିହ୍ନଟ କରିଛି । ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ ପାଇଁ ଯୋଜନା କରିଛି ପୋଲିସ। ହିଂସାକାଣ୍ଡ ଘଟାଇବା ପରେ ଅନେକ ପୁରୀରୁ ଫେରାର ହୋଇଯାଇଛନ୍ତି । ଏ ନେଇ ବିଭିନ୍ନ ଥାନାକୁ ସୂଚନା ଦେଇଛି ପୁରୀ ପୋଲିସ । ଅନ୍ୟପଟେ ହିଂସାକାଣ୍ଡ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ଖୁବ୍ ଶୀଘ୍ର ସେ ପୁରୀ ଆସି ଘଟଣାର ଅନୁଧ୍ୟାନ କରିବେ । ଏ ନେଇ ତତ୍ପର ହୋଇପଡିଛି ପୁରୀ ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.