ଆନ୍ଧ୍ର ପ୍ରଦେଶର ଏକ ଗ୍ରାନାଇଟ ଖଣିରେ ବିସ୍ଫୋରଣ ; ୧୨ ମୃତ, ୮ ଗୁରୁତର

Published By : Prameya-News7 Bureau | August 04, 2018 IST

ଆନ୍ଧ୍ର ପ୍ରଦେଶ କୁନାଲ ଜିଲ୍ଲାର ହାତୀବେଲଗଲ ଗାଁ ନିକଟରେ ଥିବା ଏକ ଗ୍ରାନାଇଟ ଖଣିରେ ବିସ୍ଫୋରଣ | ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ସମସ୍ତ ଗୁରୁତରଙ୍କୁ ଅଲୁର ସରକାରୀ ହସ୍ପିଟାଲ ଭର୍ତ୍ତି କରାଯାଇଛି | ଖଣି ଅଂଚଳରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପରେ ମହଜୁଦ ଥିବା ଜେଲୁଟିନ ଅଚାନକ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣ ପରେ ଏକ ଡିଜେଲ ବୋଝେଇ ଟ୍ରକ ଓ ୩ଟି ଟ୍ରାକ୍ଟର ମଧ୍ୟ ଜାଳି ଯାଇଛି | ଖଣିରେ ମୋଟ ୨୦ ଜଣ ଶ୍ରମିକ କାମ କରୁଥିଲେ | ଶ୍ରମିକମାନେ ଓଡିଶା, ବିହାର ଓ ଛତିଶଗଡ଼ର ବୋଲି ଜଣାପଡିଛି | ମୃତକମାନଙ୍କ ଶରୀର ଭୟଙ୍କର ଭାବେ ଜଳିଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ | ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ଘଟଣାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.