Thursday, November 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରେ ୧୨ ଜଣଙ୍କ ମୃତ୍ୟୁ…

ଆବୁଜା୧୩|୮: ସୁରକ୍ଷୀ କର୍ମୀ ଓ ବୋକୋ ହରମ ଆତଙ୍କବାଦୀ ମଧ୍ୟର ଘମାଘୋଟ ଲଢ଼େଇ ହୋଇଥିଲା।ଏହି ଲଢ଼େଇରେ ଆଠ ଜଣ ଆତଙ୍କବାଦୀ ଓ ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଛି।ଯବାନଙ୍କ କହିବାନୁଯାୟୀ, ନାଇଜେରିଆର ବୋର୍‌ନୋଠାରୁ ୮୦ କିଲୋମିଟର ଥିବା ଗୁବିଓ ଅଞ୍ଚଳରେ ଶନିବାର ଦିନ ସୁରକ୍ଷୀ କର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବର୍ଷଣ ହୋଇଥିଲା।ଏହି ଲଢ଼େଇ ସମୟରେ ଉପସ୍ଥିତ ଥିବା ୨ ଜଣ ଲୋକଙ୍କ ମଧ୍ୟ ମୃତ୍ୟୁ  ହୋଇଛି।

ସୂଚନାଯୋଗ୍ୟ ଯେ, ସୁରକ୍ଷୀ କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପାଖିପାଖି ଦୀର୍ଘ ୫ ଘଣ୍ଟାଧରି ଏନକାଉଣ୍ଟର ଚାଲିଥିଲା ଯବାନଙ୍କ ଶିବିରକୁ କବଜା କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।ଶିହ୍ନୁଆଙ୍କ ସୂଚନା ଅନୁସାରେ ଏନକାଉଣ୍ଟରେ ବୋକୋ ହରମ କିଛି ଆତଙ୍କବାଦୀ ଆଘାତ ହୋଇ ପଡ଼ିରହିଥିଲେ। ଯବାନମାନେ ଯିବା ପୂର୍ବରୁ ପଡ଼ି ରହିଥିବା ଆତଙ୍କବାଦୀମାନେ ଚାଲି ଯାଇଥିଲେ।

ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ଶେଷ ହେବା ପରେ ବୋକୋ ହରମର ଗୋଟେ ଗାଡ଼ି ଓ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ଯବାନମାନେ କବଜା କରିଛନ୍ତି।ଏହି ଘଟଣା ପରେ  ବୁର୍ନୋ  ରାଜ୍ୟର ରାଜ୍ୟପାଳ ବବଗାନା ଉମାରା ଜୁଗୁଲ କହିଛନ୍ତି, ଯିବାନଙ୍କ ଏହିଭଳି କାର୍ଯ୍ୟକୁ ସରକାର ସମର୍ଥନ କରିଛି।ଆତଙ୍କବାଦୀ ସଂଗଠନକୁ ଧ୍ବଂସ କରିବା ପାଇଁ ସେନାବାହିନୀଙ୍କୁ ଶକ୍ତି ଯୋଗାଇ ଦିଆଯିବ ବୋଲି ରାଜପାଳ ବବଗାନା କହିଛନ୍ତି।

1414 Views

   ସମ୍ବନ୍ଧିତ ଖବର