ଲକ୍ ଡାଉନ୍‌ରେ ରାସନ ସାମଗ୍ରୀ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ : ୧୨ ଆହତ ମେଡିକାଲରେ ଭର୍ତ୍ତି, ୬ ଜଣ ଗିରଫ

Published By : Prameya-News7 Bureau | April 08, 2020 IST

ଲକ୍ଷ୍ନୌ ୮।୪: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଲକ୍ ଡାଉନ୍ ଯୋଗୁଁ ଲୋକମାନେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି । ଏଭଳି ପରିସ୍ଥିତିରେ ଯେପରି ଲୋକମାନେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି କେନ୍ଦ୍ର ଓ ସମସ୍ତ ରାଜ୍ୟର ସରକାର ତତ୍ପର ଅଛନ୍ତି ।ତେବେ ଲୋକଙ୍କୁ ରାସନ ସାମଗ୍ରୀ ଘରେ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମିତିରେ ବିହାର ଆଲିଗଡ କମଲପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ରାସନ ସାମଗ୍ରୀ ବଣ୍ଟନକୁ ନେଇ ଅଲଗା ଅଲଗା ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ୧୨ ଜଣ ଆହତ ହୋଇଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ଦିନ ରାସନ ସାମଗ୍ରୀ ବଣ୍ଟନ ସମୟରେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଫଳରେ ୧୨ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଜିଲ୍ଲା ମାଲହମ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଗୋଷ୍ଠୀ ସଂଘର୍ଷ ଘଟମାରେ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.