ବରଯାତ୍ରୀଙ୍କ ରୋଷଣୀ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ, ୧୨ ଜଣ ଆହତ

Published By : Prameya-News7 Bureau | April 27, 2019 IST

ହିଞ୍ଜିଳି ୨୭|୪: ଗଂଜାମ ହିଞ୍ଜିଳି ଥାନା ଆଡପଡା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ୧୨ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":107832}

ସୂଚନାଯୋଗ୍ୟ ଯେ, ଗଂଜାମ ହିଞ୍ଜିଳି ଥାନା ଆଡପଡା ଗାଁରେ ବରଯାତ୍ରୀ ଦଳ ଗାଁରେ ରୋଷଣୀ କରୁଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":107833}

ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପ୍ରଥମେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ବି ଦୁଇ ଗୋଷ୍ଠୀ ମାରପିଟ ଲାଗିଥିଲେ । ଏଥିରେ ଡାକ୍ତରଖାନାର କବାଟ ଭାଙ୍ଗି ଯାଇଛି । ପୋଲିସ ଆହତମାନଙ୍କ ବୟାନ ରେକର୍ଡ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.