Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଇତିହାସରେ ପ୍ରଥମ, ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇବେ ୧୨ ମୂଳ ଭାରତୀୟ

20/01/2021 at 4:07 PM

ଓ୍ବାଶିଂଟନ ୨୦/୦୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି ଜୋ ବାଇଡେନ୍ । ଜାନୁଆରୀ ୨୦ ଅର୍ଥାତ ଆଜି ଆମେରିକା ନିଜର ନୂଆ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ପାଇବାକୁ ଯାଉଛି। ପ୍ରଥମଥର ଲାଗି ଉପରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବେ ଜଣେ ମହିଳା ପୁଣି ଭାରତୀୟ ବଂଶୋଦ୍ଭବ- କମଳା ହ୍ୟାରିସ । ବାଇଡେନ୍‌ଙ୍କ ସରକାରରେ ଭାରତୀୟ ଆମେରିକୀୟଙ୍କ ଦବାଦବା ଆରମ୍ଭ ହେବ। ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ଭାରତୀୟ ଆମେରିକୀୟ।  ପ୍ରଥମ ଥର ପାଇଁ ୧୨ ଜଣ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ନିର୍ବାଚିତ ବାଇଡେନଙ୍କ କ୍ୟାବିନେଟର ଅଂଶ ହେବେ।

  ୧. ନୀରା ଟଣ୍ଡନ- ହ୍ବାଇଟ ହାଉସ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନିର୍ଦ୍ଦେଶକ ଭାବରେ ସେ ବିଭିନ୍ନ ଫେଡେରାଲ୍ ଏଜେନ୍ସିଗୁଡିକର ବଜେଟ୍ ତଦାରଖ କରିବେ।

୨. ଡକ୍ଟର ବିବେକ ମୁର୍ତ୍ତୀ- ସେ ଆମେରିକାର ସର୍ଜନ ଜେନେରାଲ ଭାବରେ ଦାୟିତ୍ବ ପାଇବେ।

୩. ବନୀତା ଗୁପ୍ତା- ଆସୋସିଏଟ୍ ଆଟର୍ଣ୍ଣି ଜେନେରାଲ୍ ଭାବେ କାର୍ଯ୍ୟ କରିବେ। ସେ ନ୍ୟୁୟର୍କ ୟୁନିଭରସିଟି ସ୍କୁଲ୍ ଅଫ୍ ଲ’ର ଆଲୁମନସ୍ ।

୪. ଆୟଶା ଶାହା- ହ୍ବାଇଟ୍‌ ହାଉସ୍ ଅଫିସ୍ ଅଫ୍ ଡିଜିଟାଲ୍ ଷ୍ଟ୍ରାଟେଜୀ ।

୫. ଗୌତମ ରାଘବନ୍- ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ। ଭାରତରେ ଜନ୍ମଗ୍ରହଣ କରିଥିବା ଗୌତମ ରାଘବ ସିଆଟେଲରେ ବଢ଼ିଛନ୍ତି।

୬. ଭରତ ରାମମୂର୍ତ୍ତି-   ଜାତୀୟ ଆର୍ଥିକ ପରିଷଦର ଉପ ନିର୍ଦେଶକ। ରାମମୂର୍ତ୍ତି ବୋଷ୍ଟନ୍‌ର ବାସିନ୍ଦା, ସେ ହାଭାର୍ଡ କଲେଜ ଏବଂ ୟେଲ ସ୍କୁଲ ଅଫ୍ ଲ ଆଲୁମନି।

୭. ବିନୟ ରେଡ୍ଡୀ-  ସ୍ପିଚ୍‌ ରାଇଟିଂ ନିର୍ଦେଶକ। ବିନୟ ଓହୟୋର ଡାଏଟନ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି।

୮. ତରୁଣ ଛାବ୍ରା- ପ୍ରଯୁକ୍ତିବିଦ୍ୟା ଏବଂ ଜାତୀୟ ସୁରକ୍ଷାର ବରିଷ୍ଠ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିବେ। ଅକ୍ସଫୋର୍ଡ ୟୁନିଭରସିଟି, ହାଭାର୍ଡ ୟୁନିଭରସିଟି ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିର ଜଣେ ପ୍ରତିଷ୍ଠିତ ଆଲୁମନି ହେଉଛନ୍ତି ତରୁଣ ଛାବ୍ରା।

୯. ସୁମୋନା ଗୁହା- ମେରିଲ୍ୟାଣ୍ଡର ସୁମୋନା ଜାତୀୟ ସୁରକ୍ଷା ପରିଷଦରେ ଦକ୍ଷିଣ ଏସିଆର ବରିଷ୍ଠ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ।

୧୦. ସାବ୍ରିନା ସିଂହ-  ଡେପୁଟି ପ୍ରେସ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିବେ।

୧୧. ବେଦାନ୍ତ ପଟେଲ-  ସହକାରୀ ପ୍ରେସ ସଚିବ ହେବେ। ଗୁଜୁରାଟରେ ଜନ୍ମ ହୋଇଥିବା ବେଳେ କାଲିଫର୍ନିଆରେ ବଢ଼ିଛନ୍ତି।

୧୨. ଶାନ୍ତି କାଲାଥିଲ-  ଗଣତନ୍ତ୍ର ଏବଂ ମାନବ ଅଧିକାରର ସଂଯୋଜକ ଭାବେ କାର୍ଯ୍ୟ କରିବେ। ସେ ଜଣେ ମୂଳ ଭାରତୀୟ କାଲିଫର୍ନିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶାନ୍ତି ୟୁସି ବର୍କିଲି ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସ୍ନାତକ ହାସଲ କରିଥିଲେ ।

   Related Posts