Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୪ ନାବାଳିକା ସମେତ ୧୨ ଯୁବତୀ ଉଦ୍ଧାର, ୧୨ ଗ୍ରାହକ ଗିରଫ

31/12/2019 at 8:00 AM

ନିମଚ ୩୧।୧୨: ମଧ୍ୟପ୍ରଦେଶ ନିମଚରେ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାସ୍ଥଳରୁ ୪ ନାବାଳିକାଙ୍କ ସହ ୧୨ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ୧୨ ଜଣ ଗ୍ରାହକଙ୍କୁ ଗିରଫ କରିଛି । ଏହି ସ୍ଥାନରେ ବହୁ ଦିନରୁ ସେକ୍ସ ରାକେଟ୍ ଚାଲିଥିବା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ପୋଲିସକୁ ଏକ ଏନଜିଓ ମାଧ୍ୟମରେ ସୂଚନା ମିଳିଥିଲା ଯେ, ଏହି ସ୍ଥାନରେ ଏକ ରାକେଟ୍ ସକ୍ରିୟ ରହିଛି । କିଛି ଯୁବତୀଙ୍କୁ ଆଣି ଏଠାରେ ସେକ୍ସ ରାକେଟ୍ ଚଳାଇଛନ୍ତି କିଛି ଦଲାଲ । ସୂଚନା ମିଳିବା ପରେ ପୋଲିସ ଟିମ୍ ବିଳମ୍ବିତ ରାତିରେ ମହୁ-ନିମଚ ରାସ୍ତା ଜେତପୁରାରେ ଚଢାଉ କରିଥିଲା । ଜେତପୁରା ଅଞ୍ଚଳରେ ବାଛଡା ସଂପ୍ରଦାୟର ଲୋକ ବସବାସ କରନ୍ତି । ଚଢାଉ ବେଳେ କିଛି ଯୁବତୀଙ୍କ ସହ ଗ୍ରାଦହକମାନେ ଅସଂଜତ ଅବସ୍ଥାରେ ଥିବାବେଳେ ପୋଲିସ ସେମାନଙ୍କୁ ଧରିଥିଲା । ଘଟଣାସ୍ଥଳରୁ ୪ ନାବାଳିକାଙ୍କ ସମେତ ୧୨ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ବାଛଡା ସଂପ୍ରଦାୟର ବୋଲି ଜଣାପଡିଛି । ୧୨ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି ।

ବାଛଡା ସଂପ୍ରଦାୟର ଯୁବତୀମାନେ ଦେହ ବ୍ୟବସାୟ କରିବାର ପରମ୍ପରା ରହିଆସିଛି ବୋଲି କୁହାଯାଏ । ମଧ୍ୟପ୍ରଦେଶର ମନ୍ଦସୌର, ନିମଚ, ରତଲାମ ଜିଲ୍ଲାର ବାଛଡା ସଂପ୍ରଦାୟର ଯୁବତୀମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଏ । ସେମାନଙ୍କ ମଧ୍ୟରେ ନାବାଳିକାଙ୍କ ସଂଖ୍ୟା ଅଧିକ ରହିଛି । ନିମଚ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ତିବା ଘର ଆଗରେ ଗ୍ରାହକମାନଙ୍କୁ ଅପେକ୍ଷା କରିଥାନ୍ତି ।

   Related Posts